୪ଲକ୍ଷ ଆୟକରଦାତା ନେଉଥିଲେ ରାସନ କାର୍ଡ
ରାସନ କାର୍ଡକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ । ୪ଲକ୍ଷ ଆୟକରଦାତା ନେଉଥିଲେ ରାସନ କାର୍ଡ । ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା । ଇନକମ ଟ୍ୟାକ୍ସ ଦେଉଥିବା ଲୋକ ରାସନ ପାଉଥିଲେ । ବିଭାଗ ପାଖରେ ତଥ୍ୟ ପହଞ୍ଚôବା ପରେ ତନାଘନା ଚାଲିଛି । ଆୟକର ଦାତାଙ୍କୁ ରାସନ କାର୍ଡରୁ ବାଦ୍ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି । ପୂର୍ବ ସରକାର ସମୟରେ ଆୟକରଦାତା ପାଇଥିଲେ ରାସନ କାର୍ଡ । କେତେ ପାଇଛନ୍ତି ତାହାକୁ ନେଇ ଚାଲିଛି ଅନୁଧ୍ୟାନ । ପୂରା ତଥ୍ୟ ଆସିବା ପରେ ସେମାନଙ୍କୁ ବାଦ୍ ଦିଆଯିବ । ପ୍ରାୟ ୪ଲକ୍ଷ ହିତାଧିକାରୀ ପାଇଥିଲେ ରାସନ କାର୍ଡ । ସେପଟେ ନୂଆ ଆବେଦନକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଇକେୱାଇସି ସରିବା ପରେ ନୂଆ ଆବେଦନ ପାଇଁ ପୋର୍ଟାଲ ଖୋଲିବ । ପ୍ରାୟ ୪୧ଲକ୍ଷ ଏବେ ବି ଇକେୱାଇସି ଅପଡେଟ କରିନାହାନ୍ତି । ଇକେୱାଇସି ପରେ ଜଣାପଡିବ କେତେ ଭୂତ ରାସନକାର୍ଡଧାରୀ ଅଛନ୍ତି ।
