ନବ ଦାସଙ୍କ ଭାଇ ବ୍ରଜକିଶୋର ଦାସଙ୍କ ଘରେ ରେଡ୍
ନବ ଦାସଙ୍କ ଭାଇଙ୍କ ଘରେ ଆଇଟି ରେଡ୍ । ସୁପରକ୍ଲାସ କଣ୍ଟ୍ରାକ୍ଟର ବ୍ରଜକିଶୋର ଦାସଙ୍କ ଘରେ ଆଇଟି ରେଡ୍ । ସମ୍ବଲପୁର ସିଟି ଷ୍ଟେସନ ନିକଟସ୍ଥ ଭଡ଼ାଘରେ ଚଢାଉ । ଆୟକର ଫାଙ୍କିବା ଅଭିଯୋଗରେ ଚାଲିଛି ଚଢାଉ । ୧୦ଟି ଗାଡ଼ିରେ ଆସିଛନ୍ତି ଆୟକର ଟିମ୍ । ରାଜ୍ୟର ୨୦ଟି ସ୍ଥାନରେ ଚଢାଉ ଚାଲିଛି । ୨୦ଟି ଟିମ୍ ୨୦ଟି ସ୍ଥାନରେ ଚଢାଉ କରୁଛି । ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ବଲାଙ୍ଗୀରର ବିଭିନ୍ନ ସ୍ଥାନରେ ଚଢାଉ । ଭୁବନେଶ୍ୱର ଓ ଛତିଶଗଡ଼ରେ ମଧ୍ୟ ଆୟକର ଟିମର ଚଢାଉ ଜାରି ରହିଛି । ତେବେ ୧୦ଟି ଗାଡିରେ ଆୟକର ବିଭାଗର ଅଧିକାରୀମାନେ ଆସି ସକାଳ ୬ଟାରୁ ବ୍ରଜଙ୍କ ସମ୍ବଲପୁର ଘରେ ଯାଞ୍ଚ କରୁଥିବା ଜଣାପଡିଛି। ୪ ବର୍ଷ ପୂର୍ବରୁ ମଧ୍ୟ ବ୍ରଜଙ୍କ ଘରେ ଆଇଟି ରେଡ୍ ହୋଇଥିଲା। ଏହା ଦ୍ବିତୀୟ ବାର ରେଡ୍ ହେଉଛି।
