ପଦ୍ମ ବିଜେତାଙ୍କୁ ମିଳିବ ମାସିକ ୩୦ ହଜାର ଟଙ୍କା
ପଦ୍ମ ପୁରସ୍କାର ବିଜେତାଙ୍କୁ ସହାୟତା ରାଶି ଘୋଷଣା । ମାସିକ ୩୦ ହଜାର ଟଙ୍କା ସହାୟତା ରାଶି ଦେବେ ରାଜ୍ୟ ସରକାର । ଚଳିତ ମାସ ଜାନୁଆରୀରୁ ସହାୟତା ରାଶି ପ୍ରଦାନ କରାଯିବା ନେଇ ସୂଚନା ରହିଛି । ଏନେଇ ଆଜି ବିଜ୍ଞପ୍ତି ଜାରି କରି ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି ।ସୂଚନା ଯୋଗ୍ୟ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବରୁ ରାଜ୍ୟର ସମସ୍ତ ପଦ୍ମ ବିଜେତାଙ୍କୁ ସମ୍ମାନ ସୂଚକ ସହାୟକ ରାଶି ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ। ଗୁରୁବାର ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ସହାୟକ ରାଶି ପ୍ରଦାନ ନେଇ ବିଜ୍ଞପ୍ତି ଜାରି କରାଯାଇଛି।ତେବେ ରାଜ୍ୟରେ ବର୍ତ୍ତମାନ ୫୫ଜଣ ଜୀବିତ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତି ଅଛନ୍ତି। ସେମାନଙ୍କୁ ମାସକୁ ୩୦ ହଜାର ଟଙ୍କା ଲେଖାଏଁ ସମ୍ମାନ ସୂଚକ ସହାୟକ ରାଶି ସରକାର ପ୍ରଦାନ କରିବେ। ଏଥିପାଇଁ ବର୍ଷକୁ ରାଜକୋଷରୁ ୨ କୋଟି ଟଙ୍କା ଖର୍ଚ୍ଚ କରାଯିବ ।
