୨୦ ତାରିଖରୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ

ମାର୍ଚ୍ଚ ପୂର୍ବରୁ ସରିବ ରତ୍ନଭଣ୍ଡାର ମରାମତି କାମ

ମାର୍ଚ୍ଚ ମାସ ପୂର୍ବରୁ ରତ୍ନଭଣ୍ଡାର ମରାମତି କାମ ସରିବ। ମରାମତି କାମ ଶେଷ ହେବା ପରେ ଗଣତି ମଣତି ଆରମ୍ଭ ହେବ। ଏଏସଆଇ ୩ ମାସ ସମୟ ମାଗିଥିଲା। ଯଥେଷ୍ଟ ପୂର୍ବରୁ କାମ ସାରିବାକୁ ଚେଷ୍ଟା କରାଯାଉଛି। ମକର ନୀତିକାନ୍ତି ପାଇଁ ଏବେ ମରାମତି କାମ ବନ୍ଦ ରହିଛି । ୧୭ ତାରିଖରୁ ପୁର୍ନବାର କାମ ଆରମ୍ଭ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ସେପଟେ ଜାନୁଆରୀ ୨୦ ତାରିଖରୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ ଆରମ୍ଭ ହେବ। ଏଥିଲାଗି ସମସ୍ତ ବ୍ୟବସ୍ଥା ସରିଥିବା କହିଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଭକ୍ତ ମାନେ କିଭଳି ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ, ସେ ନେଇ ଧାଡି ଦର୍ଶନ ବ୍ୟବସ୍ଥା କରାଯିବ। ଆଉ ପରୀକ୍ଷା ମୂଳକ ନୁହେଁ , ସିଧାସଳଖ କାର୍ଯ୍ୟକାରୀ ହେବ।