ଆଖି ବୁଜିଲା ଶିମିଳିପାଳର ହାତୀ ମହେନ୍ଦ୍ର
ଆଖି ବୁଜିଲା ଶିମିଳିପାଳର ହାତୀ ମହେନ୍ଦ୍ର । ଗତ କାଲି ବିଳମ୍ୱିତ ରାତିରେ ଶିମିଳିପାଳ ଅଭୟାରଣ୍ୟର ଚହଲା ଠାରେ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ଶିମିଳିପାଳ କତୃପକ୍ଷ । ଦୀର୍ଘଦିନ ଧରି ଶିମିଳିପାଳରେ କାଠ ମାଫିଆ ଓ ଶିକାରୀ ମାନଙ୍କୁ ଧରିବାରେ ବନବିଭାଗକୁ ସହାୟତା କରି ଆସୁଥିଲା । ଦୁଇ ବର୍ଷ ପୂର୍ବେ ତାକୁ ଅନୁଗୋଳ ସାତକୋଶିଆ ଅଭୟାରଣ୍ୟକୁ ନିଆଯାଇଥିଲା। କିଛି ମାସ ପୂର୍ବରୁ ଶିମିଳିପାଳକୁ ଫେରିବା ପରେ ଦେହ ଅସୁସ୍ଥ ହେବାରୁ ମହେନ୍ଦ୍ରର ଚିକିତ୍ସା ଜାରି ରହିଥିଲା । ମୃତ୍ୟୁ ବେଳକୁ ତାର ଆନୁମାନିକ ବୟସ ୬୫ ବର୍ଷରୁ ଉର୍ଦ୍ଧ ହୋଇଥିଲା, ଆଜି ଏକ ଡ଼ାକ୍ତରୀ ଟିମ୍ ଚହଲା ଠାରେ ପହଞ୍ଚି ବ୍ୟବଚ୍ଛେଦ କଲା ପରେ ମହେନ୍ଦ୍ରର ଶବ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି ।
