ଅପ୍ଟ ଆଉଟ ହୋଇଥିଲେ ପୁଣିଥରେ ଯୋଜାନରେ ସାମିଲ ହୋଇପାରିବେ
ସୁଭଦ୍ରା ଯୋଜନାରୁ ଅପ୍ଟ ଆଉଟ ହୋଇଥିବା ହିତାଧିକାରୀଙ୍କ ପାଇଁ ନୂଆ ବ୍ୟବସ୍ଥା କରାଯାଉଛି । ଯେଉଁ ହିତାଧିକାରୀମାନେ ଭୁଲ୍ରେ ଅପଟ୍ ଆଉଟ ହୋଇଯାଇଥିଲେ ସେମାନେ ଏଥିରେ ସୁବିଧା ପାଇପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି । ସୁଭଦ୍ରା ଯୋଜନାର ପୋର୍ଟାଲରେ ଲଗ୍ ଇନ୍ କରି ବାଦ୍ ପଡ଼ିଥିବା ହିତାଧିକାରୀମାନେ ଅପଟ୍ ଇନ୍ କରିପାରିବେ । ଏହାପରେ ସେମାନେ ହିତାଧିକାରୀ ତାଲିକାରେ ପୁନଃ ଯୋଡ଼ି ହୋଇପାରିବେ ।ସୁଭଦ୍ରା ଯୋଜନାର ପୋର୍ଟାଲରେ ଅପ୍ଟ ଇନ୍ ପାଇଁ ବ୍ୟବସ୍ଥା ଯୋଡ଼ିଛନ୍ତି ସରକାର । ଯୋଜନାରୁ ଅପ୍ଟ ଆଉଟ ହୋଇ ଯାଇଥିବା ହିତାଧିକାରୀ ମାନେ ଏହି ବ୍ୟବସ୍ଥା ଜରିଆରେ ପୁଣିଥରେ ଯୋଜାନରେ ସାମିଲ ହୋଇପାରିବେ ।ବଞ୍ଚିତ ରହିଥିବା ଯୋଗ୍ୟ ହିତାଧିକାରୀ ସୁଭଦ୍ରା ପୋର୍ଟାଲରେ ଯାଇ ନିଜର ଅଭିଯୋଗ ଦାୟର କରିପାରିବେ । ଏହାବ୍ୟତୀତ ଏହି ଯୋଜନା ପାଇଁ ବ୍ଲକରେ ତିଆରି ହୋଇଥିବା କମିଟି ନିକଟରେ ମଧ୍ୟ ଆପଣ ନିଜର ଅଭିଯୋଗ ଲେଖିପାରିବେ ।