ସାଧାରଣ ଲୋକ ନିଜକୁ ସୁରକ୍ଷିତ ଭାବୁନାହାନ୍ତି: ମେୟର

ରସୁଲଗଡ଼ର ହତ୍ୟା ଘଟଣାର କ୍ରାଇମ୍ ସିନ୍ ରିକ୍ରିଏସନ

ରସୁଲଗଡ଼ରେ ସହଦେବ ନାୟକ ହତ୍ୟା ଘଟଣା। ଗିରଫ ୩ ଅଭିଯୁକ୍ତଙ୍କୁ ଆଜି କୋର୍ଟରେ ହାଜର କରିବ ପୋଲିସ । ଏହା ପୂର୍ବରୁ ଅଭିଯୁକ୍ତଙ୍କୁ ନେଇ କ୍ରାଇମ୍ ସିନ୍ ରିକ୍ରିଏଟ୍ କରିଛି ପୋଲିସ । ଗତକାଲି ତିନି ଅଭିଯୁକ୍ତଙ୍କୁ କମିଶନରେଟ୍ ପୋଲିସର ସ୍ବତନ୍ତ୍ର ଟିମ୍ ଗିରଫ କରିଥିଲା । ଗିରଫଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି । ଗିରଫ ମହିଳାଙ୍କ ନାଁ ଲିପିକା ନାୟକ। ଅନ୍ୟ ଦୁଇ ଜଣ ଲକ୍ଷ୍ମୀଧର ନାୟକ ଓ ରକି ନାୟକ। ସହଦେବଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା ହୋଇଥିବା ଜଣାପଡିଛି ।

ସେପଟେ, ଭୁବେନେଶ୍ୱର ମେୟର ଏହି ଘଟଣାକୁ ନେଇ ମର୍ମାହତ ହୋଇଛନ୍ତି । ସେ କହିଛନ୍ତି, ସାଧାରଣ ଲୋକ ନିଜକୁ ସୁରକ୍ଷିତ ଭାବୁନାହାନ୍ତି । ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ସୁରକ୍ଷା ଚାରିଆଡେ । ଏହାରି ଭିତରେ ଯଦି ଏମିତି ହେବ ତାହେଲେ ରାଜଧାନୀ ବାସି କେମିତି ସୁରକ୍ଷିତ ରହିବେ । ଭୁବନେଶ୍ୱର ସଫେଇ କର୍ମଚାରୀଙ୍କ ନେତୃତ୍ୱ ନେଉଥିଲେ, ପୋଲିସ ମିତ୍ର ଥିଲେ । ତାଙ୍କ ପରିବାର କୁ ନ୍ୟାୟ ମିଳୁ । ପୋଲିସ ତରବରିଆ ଭାବେ କେଶ କ୍ଲୋଜ ନକରୁ । ଘଟଣା ର ମୂଳ ଖୋଜା ଯାଉ । ବୋଲି କହିଛନ୍ତି ମେୟର ସୁଲୋଚନା ଦାସ ।

Leave a Reply

Your email address will not be published. Required fields are marked *