ଆଇରନ୍‌ ମାଇନ୍ସର ୨ ବରିଷ୍ଠ ଅଧିକାରୀଙ୍କ କ୍ବାର୍ଟର୍ସରେ CBI ରେଡ୍‌

୨ ଖଣି ଅଧିକାରୀଙ୍କ କ୍ବାର୍ଟର୍ସରେ CBI

ଆଇରନ୍‌ ମାଇନ୍ସର ୨ ବରିଷ୍ଠ ଅଧିକାରୀଙ୍କ କ୍ବାର୍ଟର୍ସରେ CBI ରେଡ୍‌। ବରସୁଆଁ ସେଲ୍‌ ଆଇରନ୍‌ ମାଇନ୍ସର ୨ ଉଚ୍ଚପଦସ୍ଥ ଅଧିକାରୀଙ୍କ କ୍ବାର୍ଟର୍ସରେ ଚଢ଼ାଉ। ସରୋଜ ପଟ୍ଟନାୟକ, ସୁନନ୍ଦ ପରିଡ଼ାଙ୍କ କ୍ବାର୍ଟର୍ସରେ ରେଡ୍‌ କରିଛି ସିବିଆଇ। ଉଚ୍ଚମାନର ଲୁହା ପଥରକୁ ନିମ୍ନ ମାନର ଦର୍ଶାଇ ବିକିବା ଅଭିଯୋଗରେ ଚଢ଼ାଉ। ସେପ୍ଟେମ୍ବରରେ ଟେନ୍ସା ସ୍ଥିତ ମାଇନ୍ସ ଅଫିସ୍‌ ରେଡ୍‌ ହୋଇଥିଲା। ‘ସେଲ୍‌’ର ଭିଜିଲାନ୍ସ ଟିମ୍‌ ଯାଞ୍ଚ ପରେ ମାମଲା CBIକୁ ଯାଇଥିଲା। ଏବଂ ଆଜି cbi ରେଡ୍ କରିଛି। ସେହିପରି ଆଜି ଆଉ ଜଣେ ଖଣି ବ୍ୟବସାୟୀ ରତ୍ନାକର ରାଉତଙ୍କ ଘରେ ଇଡି ଚଢ଼ାଉ କରିଛି । ଢେଙ୍କାନାଳ ଘର ଓ ଫାର୍ମହାଉସ, ହିନ୍ଦୋଳସ୍ଥିତ ବ୍ୟବସାୟିକ ସଂସ୍ଥା, ଭୁବନେଶ୍ବରର ୩ଟି ସ୍ଥାନରେ ଇଡି ରେଡ କରୁଛି। ବେଆଇନ ଅର୍ଥ କାରବାର ନେଇ ଚଢାଉ କରାଯାଉଥିବା ଜଣାପଡିଛି। ଚଢ଼ାଉ ବେଳେ ଟଙ୍କା କାରବାରର ଗୁରୁତ୍ୱପୂର୍ଣ୍ଣ କାଗଜ ଜବତ ହୋଇଛି।