ଇସ୍ତଫା ଦେଲେ ଜଷ୍ଟିନ ଟ୍ରୁଡୋ

ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଜଷ୍ଟିନ ଟ୍ରୁଡୋ

ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଜଷ୍ଟିନ ଟ୍ରୁଡୋ । କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଆଭ୍ୟନ୍ତରୀଣ ଅସନ୍ତୋଷ ଏବଂ ଲିବରାଲ ପାର୍ଟିରେ ଲୋକପ୍ରିୟତା ହରାଇବା କାରଣରୁ ଜଷ୍ଟିନ ଟ୍ରୁଡୋ ଏହି ପଦକ୍ଷେପ ହୋଇଛନ୍ତି । ତେବେ ୨୦୧୫ରୁ ଜଷ୍ଟିନ ଟ୍ରୁଡୋ କାନାଡାର ପ୍ରଧାନମନ୍ତ୍ରୀ ଥିଲେ । ଟ୍ରୁଡୋଙ୍କୁ ତାଙ୍କ ଦଳ ଲିବେରାଲ ପାର୍ଟି ଭିତରୁ ବିରୋଧରୁ ସମ୍ମୁଖୀନ ହେବାକୁ ପଡ଼ିଥିଲା। ଦୀର୍ଘ ୯ ବର୍ଷ ହେଲାଣି ସେ କାନାଡାର ପ୍ରଧାନମନ୍ତ୍ରୀ ପଦରେ ରହିଥିଲେ। ହେଲେ ଖଲିସ୍ତାନ ନେତାଙ୍କ ପ୍ରତି ତାଙ୍କର ଅହେତୁକ ଭଲ ପାଇବା ତାଙ୍କୁ ବିବାଦ ଘେରକୁ ନେଇଥିଲା। ଭାରତ ପକ୍ଷରୁ ଏହାକୁ ବିରୋଧ କରାଯିବାରୁ ଉଭୟ ଦେଶ ମଧ୍ୟରେ କୂଟନୀତିକ ବିବାଦ ଆରମ୍ଭ ହୋଇଥିଲା। ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ଟ୍ରୁଡୋଙ୍କୁ ଆହୁରି ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। ନେତୃତ୍ୱ ପରିବର୍ତ୍ତନ ପାଇଁ ଦଳ ଭିତରୁ ସ୍ୱର ତୀବ୍ର ହୋଇଥିଲା। ଦିନକୁ ଦିନ ତାଙ୍କ ବିରୋଧରେ ବିଦ୍ରୋହ ବଢ଼ୁଥିବାରୁ ସେ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି।

ସେ କହିଛନ୍ତି, “ମୁଁ ଦଳର ନେତା ଓ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି। ଦଳ ନୂଆ ନେତାଙ୍କୁ ବାଛିବା ପରେ ମୁଁ ଇସ୍ତଫା ଦେବି। ଆସନ୍ତା ନିର୍ବାଚନରେ ଦେଶ ନିଜ ପସନ୍ଦର ନେତାଙ୍କୁ ବାଛିବ। ମୁଁ ଯଦି ଆଭ୍ୟନ୍ତରୀଣ ଯୁଦ୍ଧ ବିରୋଧରେ ଲଢ଼ିବି, ତା’ହେଲେ ନିର୍ବାଚନରେ ମୁଁ ଶ୍ରେଷ୍ଠ ବିକଳ୍ପ ହୋଇପାରିବି ନାହିଁ। ମୁଁ ଜଣେ ଯୋଦ୍ଧା। ମୋ ଶରୀରରେ ଥିବା ପ୍ରତିଟି ହାଡ଼ ମୋତେ ସବୁବେଳେ ଲଢ଼େଇ କରିବାକୁ କୁହନ୍ତି। କାରଣ ମୁଁ ସବୁବେଳେ କାନାଡାବାସୀଙ୍କ କଥା ଭାବିଥାଏ। କାମ କରିବା ପାଇଁ ସବୁ ପ୍ରକାରର ଚେଷ୍ଟା ସତ୍ତ୍ୱେ ସଂସଦକୁ ଦୀର୍ଘ ମାସ ଯାଏ ଅଚଳ କରି ଦିଆଗଲା। ଏହି କାରଣ ପାଇଁ ମୁଁ ଆଜି ସକାଳେ ଗଭର୍ଣ୍ଣ ଜେନେରାଲଙ୍କୁ କହିଥିଲି ଯେ ଆମେ ସଂସଦର ଗୋଟିଏ ନୂଆ ଅଧିବେଶନ ଚାହୁଁଛୁ। ସେ ମଧ୍ୟ ଏହାକୁ ଗ୍ରହଣ କରିଥିଲେ।”

Leave a Reply

Your email address will not be published. Required fields are marked *