ବେଙ୍ଗାଲୁରୁ ପରେ ଅହମଦାବାଦରେ ଚାଇନାର ନୂଆ ଭାଇରସ୍ ଚିହ୍ନଟ

ଦେଶର HMPVର ତୃତୀୟ ସଂକ୍ରମଣ ମାମଲା

ବେଙ୍ଗାଲୁରୁ ପରେ ଅହମଦାବାଦରେ ଚାଇନାର ନୂଆ ଭାଇରସ୍ ଚିହ୍ନଟ। ୩ରେ ପହଞ୍ଚିଛି ସଂକ୍ରମିତଙ୍କ ସଂଖ୍ୟା। ବେଙ୍ଗାଲୁରୁର ୨ ଓ ଗୁଜରାଟର ଜଣେ ସଂକ୍ରମିତ ରହିଛନ୍ତି। ବେଙ୍ଗାଲୁରୁର ୮ ବର୍ଷର ଶିଶୁ ଓ ଜଣେ ୩ ବର୍ଷୀୟା ଶିଶୁ ଏହି ଭାଇରସ ଦ୍ବାରା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ସେହିପରି ଗୁଜରାଟର ଅହମଦାବାଦରେ ଜଣ ଦୁଇ ବର୍ଷୀୟ ଶିଶୁ ମଧ୍ୟ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହି ଛୋଟ ଛୁଆଟି ବର୍ତ୍ତମାନ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଅବସ୍ଥା ସ୍ଥିର ରହିଛି। ରାଜସ୍ଥାନର ଡୁଙ୍ଗରପୁରରେ ଏହି ଶିଶୁଟିର ଘର ହୋଇଥିବା ବେଳେ ଚିକିତ୍ସା ପାଇଁ ଅହମଦାବାଦରେ ଅଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବା ୩ ଆକ୍ରାନ୍ତଙ୍କ ବିଦେଶ ଯାତ୍ରାର କୌଣସି ରେକର୍ଡ ନ ଥିବା ବେଳେ ଏହା ଚିନ୍ତାର କାରଣ ପାଲଟିଛି।

ଦେଶରୁ ୩ଟି ଏଚଏମପିଭି ଆକ୍ରାନ୍ତ ହେବାରୁ ବିଭିନ୍ନ ରାଜ୍ୟ ପକ୍ଷରୁ ସ୍ୱାସ୍ଥ୍ୟଗତ ମାର୍ଗଦର୍ଶିକା ଜାରି କରାଯାଇଛି। କର୍ଣ୍ଣାଟକା ସରକାର ଭିଡ଼ ସ୍ଥାନରେ ମାସ୍କ ଲଗାଇବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ରାଜ୍ୟର ସମସ୍ତ ହସ୍ପିଟାଲକୁ ସବୁ ପ୍ରକାରର ପରିସ୍ଥିତିର ସାମ୍ନା କରିବାକୁ କହିଛନ୍ତି। ନମୁନା ପରୀକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମଧ୍ୟ କୁହାଯାଇଛି। ସେହିପରି କର୍ଣ୍ଣାଟକାରେ ଥିବା ଦିଲ୍ଲୀ ପବ୍ଲିକ ସ୍କୁଲ ପକ୍ଷରୁ ସର୍ଭେଲାନ୍ସକୁ ଜୋରଦାର କରିଛି। ସମାନ୍ୟ କାଶ, କଫ, ଥଣ୍ଡା କିମ୍ବା ତଣ୍ଟି ଜନିତ ସମସ୍ୟା ରହିଥିବା ପିଲାମାନଙ୍କୁ ସ୍କୁଲ ନ ପଠାଇବାରୁ କର୍ତ୍ତୃପକ୍ଷ ବାପା ମା’ଙ୍କୁ ଅନୁରୋଧ କରିଛନ୍ତି। ଶ୍ରେଣୀ ଶିକ୍ଷକମାନଙ୍କୁ ପିଲାଙ୍କ ସ୍ୱାସ୍ଥ୍ୟ ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।ଗୁଜରାଟ ସରକାର ମଧ୍ୟ ସ୍ୱାସ୍ଥ୍ୟ ମାର୍ଗଦର୍ଶିକା ଜାରି କରିଛନ୍ତି।

Leave a Reply

Your email address will not be published. Required fields are marked *