ଓଡ଼ିଶାକୁ ଆସିବେ ଆଉ ୩ ମହାବଳ ବାଘ
ଓଡ଼ିଶାକୁ ଆସିବେ ଆଉ ୩ ମହାବଳ ବାଘ । ମହାବଳ ବାଘ ଆଣିବାକୁ ସରକାର ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ । ପୂର୍ବରୁ ୫ଟି ମହାବଳ ବାଘ ଆସିବାର ଥିଲା । ତା ଭିତରୁ ଯମୁନା ଓ ଜିନ୍ନତ ଆସି ସାରିଛନ୍ତି । ଏମାନେ ସମ୍ପୂର୍ଣ୍ଣ ଖାପ ଖୁଆଇ ସାରିବା ପରେ ଆଉ ୩ଟି ମହାବଳ ବାଘ ଆଣିବାକୁ ସରକାର ନିଷ୍ପତ୍ତି ନେବେ । ସେପଟେ ଓଡ଼ିଶା ଫେରିଛି ଜିନ୍ନତ । ଶିମିଳିପାଳରୁ ଝାଡଖଣ୍ଡ ଏବଂ ପରେ ପଶ୍ଚିମବଙ୍ଗ ପଳାଇଥିବା ବେଳେ ଜିନ୍ନତକୁ ଧରିବା ପାଇଁ ନାକେଦମ୍ ହୋଇଥିଲା ବନ ବିଭାଗ । ଅନେକ ଦିନ ଜିନ୍ନତ ଉପରେ ନଜର ରଖିବା ପରେ ଶେଷରେ ବାଘୁଣୀ ଜିନ୍ନତକୁ ଟ୍ରାଙ୍କୁଲାଇଜ୍ କରି ଓଡିଶା ଅଣାଯାଇଛି । ବାଘୁଣି ଜିନ୍ନତ୍ର ସ୍ୱାସ୍ଥ୍ୟାବସ୍ଥା ଠିକ୍ ରହିଛି । ଓଡ଼ିଶା ଆସିବା ପରେ ବର୍ତ୍ତମାନ ଏନକ୍ଲୋଜରରେ ରହିଛି । ପରବର୍ତ୍ତୀ ସମୟରେ ଶିମିଳିପାଳର ଦକ୍ଷିଣରେ ଜିନ୍ନତକୁ ଛଡ଼ା ଯାଇପାରେ । ଦକ୍ଷିଣରେ ପରିବେଶ ଅନୁକୂଳ ଥିବାରୁ ଛଡ଼ାଯାଇପାରେ ବୋଲି ସୂଚନା ଦେଇଛନ୍ତି ଗଣେଶ ରାମସିଂ ଖୁଣ୍ଟିଆ ।