୧୫ ସୁଦ୍ଧା ସରିବ ଇ-କେୱାଇସି ପ୍ରକ୍ରିୟା

ଇ-କେୱାଇସି ହୋଇନଥିଲେ ମିଳିବନି ରାସନ

ଇ-କେୱାଇସି ହୋଇନଥିଲେ ମିଳିବନି ରାସନ । ଆସନ୍ତା ୧୫ ସୁଦ୍ଧା ସରିବ ଇ-କେୱାଇସି ପ୍ରକ୍ରିୟା । ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ସୂଚନା । ବୟସାଧିକ କାରଣରୁ ଯେଉଁମାନେ ଇ-କେୱାଇସି କରିନାହାନ୍ତି ସେମାନଙ୍କ ପାଖକୁ ବିଭାଗୀୟ ଅଧିକାରୀ ଯାଇ ଇ-କେୱାଇସି କରାଉଛନ୍ତି । ନିକଟରେ ଗୋଆକୁ ଯାଇ ଇ-କେୱାଇସି କରାଇଛନ୍ତି । ଅନ୍ୟ ରାଜ୍ୟରେ ଥିବା ଲୋକଙ୍କ ପାଖକୁ ଯାଇ କରାଯିବ ଇ-କେୱାଇସି । ବର୍ତ୍ତମାନ ସୁଦ୍ଧା ୫୦ଲକ୍ଷ ହିତାଧିକାରୀ ଇ-କେୱାଇସି କରିନାହାନ୍ତି । ବର୍ତ୍ତମାନ ସୁଦ୍ଧା ୮୫ପ୍ରତିଶତ ଇ-କେୱାଇସି ସରିଲାଣି, ବାକି ଆସନ୍ତା ୧୫ତାରିଖ ସୁଦ୍ଧା ସରିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।