ଟ୍ରାଙ୍କୁଲାଇଜ୍ ହେଲା ‘ଜିନ୍ନତ’
ଧରାପଡିଲା ବାଘୁଣୀ ଜିନ୍ନତ। ବନ ବିଭାଗର ସ୍ଵତନ୍ତ୍ର ଟିମ୍ ବାଙ୍କୁଡ଼ାର କଂସାବତୀ ଜଳଭଣ୍ଡାର ନିକଟରେ ଟ୍ରାଙ୍କୁଲାଇଜ୍ କରି ଜିନ୍ନତକୁ ଧରିଲେ। ସ୍ଵତନ୍ତ୍ର ପିଞ୍ଜରାରେ ଅଣାଯିବ ଶିମିଳିପାଳ। ସୂଚନା ଦେଇଛନ୍ତି ଆରସିସିଏଫ ପ୍ରକାଶ ଚାନ୍ଦ ଗୋଗୀନେନୀ। ବାଘୁଣୀ ଜିନ୍ନତକୁ ଆଲିପୁରସ୍ଥିତ ଚିଡ଼ିଆଖାନାକୁ ନିଆଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ସେଠାରେ ସଂପୂର୍ଣ୍ଣ ରୂପେ ପ୍ରକ୍ରିୟା ଶେଷ ହେଲା ପରେ ଶିମିଳିପାଳକୁ ପୁଣି ଅଣାଯିବ। ସୂଚନାଯୋଗ୍ୟ, ଗତ ୧୦ ତାରିଖରେ ଶିମିଳିପାଳରୁ ଜୀନତ ଖସିଯାଇ ଝାଡ଼ଖଣ୍ଡ ପାଇଥିଲା। ସେଠାରେ କିଛିଦିନ ବୁଲିବା ପରେ ଓଡ଼ିଶା ମୁହାଁ ହୋଇଥିଲା। ହେଲେ ଓଡ଼ିଶା ନ ଫେରି ପଶ୍ଚିମବଙ୍ଗକୁ ଚାଲି ଯାଇଥିଲା। ମହାରାଷ୍ଟ୍ରର ତଡ଼ବା ଜଙ୍ଗଲରୁ ଜିନ୍ନତକୁ ଶିମିଳିପାଳ ଅଭୟାରଣ୍ୟକୁ ଅଣାଯାଇଥିଲା।
