ପୁରୀ ନିଗମାନନ୍ଦ ସମ୍ମିଳନୀରେ ବଡ଼ ଅଘଟଣ

ନିଗମାନନ୍ଦ ସମ୍ମିଳନୀରେ ଅଘଟଣ, ଦୁଇ ଭକ୍ତଙ୍କ ମୃତ୍ୟୁ

ପୁରୀ ନିଗମାନନ୍ଦ ସମ୍ମିଳନୀରେ ବଡ଼ ଅଘଟଣ। ସମ୍ମିଳନୀ ଚାଲିଥିବା ବେଳେ ହଠାତ୍ ଦୁଇ ଭକ୍ତଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଥିଲା। ସେମାନଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ଦୁଇଜଣ ପୁରୁଷ ବୋଲି ଜଣାପଡିଛି । ଜଣେ କିଛି ଖାଇନଥିଲେ ଓ ତାଙ୍କର ଛାତିରେ ଯନ୍ତ୍ରଣା ହୋଇଥିଲା । ଅନ୍ୟଜଣକ ଛାତିରେ ଷ୍ଟେଂଟ ଲାଗିଥିଲା। ପ୍ରାଥମିକ ତଦନ୍ତରୁ ଉଭୟ ହୃଦଘାତର ଶିକାର ହୋଇଥିବାର ଜଣାପଡିଛି । ଆଜି ସମ୍ମିଳନୀରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା । ଏଥିରେ କିଛି ଭକ୍ତ ଅଣନିଶ୍ବାସୀ ହୋଇପଡିଥିଲେ । ପୁରୀ ବାଲିଗୁଆଳିରେ ନିଗମାନନ୍ଦଙ୍କ ଦୁଇଦିନିଆ ସମ୍ମିଳନୀ ଆରମ୍ଭ ହୋଇଛି । ଏଥିରେ ସାମିଲ ହେବାକୁ ହଜାର ହଜାର ଲୋକ ପୁରୀ ଆସିଛନ୍ତି । ପ୍ରାୟ ୧୫ରୁ ୨୦ ହଜାର ଲୋକଙ୍କ ସମାଗମ ହୋଇଛି । ଏହାପୂର୍ବରୁ ଫେବୃଆରୀ ୨୩. ୧୯୯୭ ମସିହାରେ ବାରିପଦାରେ ନିଗମାନନ୍ଦ ସମ୍ମିଳନୀ ଚାଲିଥିବାବେଳେ ଦଳଚକଟାରେ ଶତାଧିକ ଲୋକ ପ୍ରାଣ ହରାଇଥିଲେ ।

Leave a Reply

Your email address will not be published. Required fields are marked *