ଅଲ୍ଲୁ ଅର୍ଜୁନଙ୍କ ପିଛା ଛାଡୁନି ବିବାଦ

ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ସମନ

ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ସମନ । ନିକଟରେ ଗିରଫ ହୋଇ ବେଲରେ ଆସିଥିବା ବେଳେ ପୁଣି ଥରେ ହାଜର ହେବାକୁ ସମନ ଜାରି କରାଯାଇଛି । ଅଲ୍ଲୁଙ୍କୁ ନୋଟିସ କରିଛି ହାଇଦ୍ରାବାଦ ପୋଲିସ । ପୁଷ୍ପା-୨ ପ୍ରିମିୟର ବେଲେ ଦଳାଚକଟାରେ ଜଣଙ୍କର ମୃତୁ୍ୟକୁ ନେଇ ପଚରାଉଚରା କରିବାକୁ ସମନ କରାଯାଇଛି । ସେପଟେ ତେଲଙ୍ଗାନା ବିଧାନସଭାରେ ଅଲ୍ଲୁଙ୍କ ପ୍ରସଙ୍ଗକୁ ନେଇ ହୁଲୁସ୍ତୁଲ ହୋଇଛି। ଅଲ୍ଲୁଙ୍କ ଘରେ ଭଙ୍ଗାରୁଜା କରିଥିବା ୬ ଅଭିଯୁକ୍ତଙ୍କୁ ମଧ୍ୟ ଜାମିନ ମିଳିଛି।ସୂଚନା ଅନୁସାରେ, ଗତ ୪ତାରିଖରେ ହାଇଦ୍ରାବାଦ ସନ୍ଧ୍ୟା ଥିଏଟରରେ ପୁଷ୍ପା-୨ ପ୍ରିମିୟର ବେଳେ ଦଳାଚକଟା ହୋଇଥିଲା । ଏଥିରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ୧୦ ବର୍ଷର ପୁଅ ମଧ୍ୟ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି।