ନିର୍ବାଚନରେ ଅନିୟମିତତା ଅଭିଯୋଗ ଆଣିଲା ବିଜେଡି
୨୦୨୪ ସାଧାରଣ ନିର୍ବାଚନରେ ଅନିୟମିତତା ଅଭିଯୋଗ ଆଣିଛି ବିଜେଡି । ସୋମବାର ବିଜେଡି ସଂସଦୀୟ ଦଳ ନିର୍ବାଚନ କମିଶନରଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଲୋକସଭା ଓ ବିଧାନସଭାରେ ଭୋଟରେ ଆପତ୍ତି ଉଠାଇ ECI ଓ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ତଥ୍ୟରେ ପାର୍ଥକ୍ୟ ଦର୍ଶାଇଛନ୍ତି। ଭୋଟ୍ ଗ୍ରହଣ ସମୟ ପରେ ବି ଇଭିଏମରେ ଭୋଟ ପଡିଥିଲା। ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ତଥ୍ୟ ମାଗିବା ସତ୍ୱେ ତଥ୍ୟ ମିଳିପାରୁ ନାହିଁ ବୋଲି ମଧ୍ୟ ଦଳ ପକ୍ଷରୁ ଅଭିଯୋଗ କରାଯାଇଛି । ତେବେ ନିର୍ବାଚନର ୬ ମାସ ପରେ ଏପରି ଅଭିଯୋଗ ଆଣିଛି ଦଳ । ଅନ୍ୟପକ୍ଷରେ ବିଜେଡିରେ ଏପରି ଅଭିଯୋଗକୁ କଟାକ୍ଷ କରିଛି ବିଜେପି ।
