ନୂଆବର୍ଷରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ

ନୂଆବର୍ଷରୁ ଶ୍ରୀମନ୍ଦିରରେ ନୂଆ ନିୟମ

ନୂଆବର୍ଷରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ । ସୂଚନା ଦେଲେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ୨୭ ଓ ୨୮ ସୁଦ୍ଧା ପରିବର୍ତ୍ତନ ପ୍ରକ୍ରିୟା କ୍ରିୟାନୁୟନ ହୋଇଯିବ। ଡିସେମ୍ବର ୩୦ ଓ ୩୧ରେ ପରୀକ୍ଷା ମୂଳକ ଭାବେ ଧାଡ଼ି ଦର୍ଶନ ହେବ । ୧ ତାରିଖରୁ ନିୟମିତ ଧାଡ଼ି ଦର୍ଶନ କରିବେ ଭକ୍ତ। ଆଇନ ମନ୍ତ୍ରୀ ଆହୁରି କହିଛନ୍ତି, ଭକ୍ତମାନେ ସାତ ପାହାଚ ଦେଇ ଭିତରକୁ ଆସିବେ। ଶ୍ରୀଜିଉଙ୍କୁ ଦର୍ଶନ କରି ସାରି ଘଣ୍ଟି ଦ୍ୱାର ଓ ଗାରଦ ଦ୍ୱାର ଦେଇ ସେମାନେ ବାହାରକୁ ବାହାରିବେ। ଏଭଳି ବ୍ୟବସ୍ଥା କରାଯାଉଛି। ମହିଳା, ଛୋଟ ପିଲା ଓ ବୟସ୍କ ବ୍ୟକ୍ତିମାନଙ୍କ ପାଇଁ ଦର୍ଶନ କିପରି ସୁଙ୍ଗମ ହେବ ସେଥି ପାଇଁ ଭିନ୍ନ ଏକ ବ୍ୟବସ୍ଥା କରାଯାଇଛି। ଘଣ୍ଟି ଦ୍ୱାରରେ ମହିଳା ଓ ବରିଷ୍ଠ ନାଗରିକ ପ୍ରସ୍ଥାନ କରିବେ ଓ ଗାରଦ ଦ୍ୱାରରେ ପୁରୁଷମାନେ ଦର୍ଶନ କରି ବାହାରିବେ। ଏଥିପାଇଁ ବ୍ୟବସ୍ଥା କରାଯାଉଛି। ଯେଉଁ ଜାଗାରେ କାମ ଚାଲିଛି ଗତକାଲି ମୁଁ ଓ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଘଟଣାସ୍ଥଳକୁ ଯାଇ ତାର ସମୀକ୍ଷା କରିଥିଲୁ। କାମ ବି ସନ୍ତୋଷ ଜନକ ଭାବେ ଚାଲିଛି ବୋଲି ଆଇନ ମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *