ଧାନ ନଷ୍ଟ ହେଲେ ମିଳିବ କ୍ଷତିପୂରଣ: ପ୍ରଦୀପ ବଳସାମନ୍ତ
ଧାନ ନଷ୍ଟ ହେଲେ ଦିଆଯିବ କ୍ଷତି ପୂରଣ । ବଙ୍ଗୋପସାଗରରେ ସକ୍ରିୟ ଅବପାତ ପାଇଁ ରାଜ୍ୟରେ ୨ ଦିନ ଧରି ଜାରି ରହିଛି ବର୍ଷା । ଆଉ ଅନେକ ସ୍ଥାନରୁ ଆସୁଛି ଫସଲ ନଷ୍ଟର ଖବର । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ। ଧାନ ନଷ୍ଟ ହେଲେ କ୍ଷତିପୂରଣ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ମଣ୍ଡିରେ ଧାନର ସୁରକ୍ଷା ପାଇଁ ଜରି ପାଲର ବ୍ୟବସ୍ଥା କରାଯାଇଛି । ମଣ୍ଡି ରେ ଧାନ ଓଦା ହେବା ସମ୍ଭାବନା କମ । ବିଲରେ ବର୍ଷା ଯୋଗୁଁ ଗଜା ହୋଇ ଯାଇ ପାରେ । ବର୍ଷା କମିଲେ ଧାନ ଶୁଖିଲା ପରେ ମଣ୍ଡି ରେ କିଣାଯିବ ବୋଲି ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି ।