କୁଏତ ଗସ୍ତରେ ପ୍ରଧାନମନ୍ତ୍ରୀ

ଦୁଇ ଦିନିଆ କୁଏତ ଗସ୍ତରେ ପ୍ରଧାନମନ୍ତ୍ରୀ

ଆଜିଠାରୁ ଦୁଇ ଦିନିଆ କୁଏତ ଗସ୍ତରେ ପ୍ରଧାନମନ୍ତ୍ରୀ । ସକାଳ ୯ଟା ୧୫ରେ କୁଏତ ଅଭିମୁଖେ ବାହାରିଛନ୍ତି । ସ୍ଥାନୀୟ ସମୟ ୧୧ଟା ୩୫ରେ ପ୍ରଧାନମନ୍ତ୍ରୀଙ୍କ ସେଠାରେ ଅବତରଣ କରିବ । ପ୍ରଧାନମନ୍ତ୍ରୀ ମୋଦୀ ଅପରାହ୍ନ ୨ଟା ୫୦ ସମୟରେ ଏକ ସ୍ଥାନୀୟ ଶ୍ରମ ଶିବିର ପରିଦର୍ଶନ କରିବେ । ଏହା ପରେ ଶେଖ ସାଦ ଅଲ ଅବଦୁଲ୍ଲା ଇନଡୋର ସ୍ପୋର୍ଟସ କମ୍ପ୍ଲେକ୍ସକୁ ଯିବେ। ଯେଉଁଠାରେ ସେ ୪୦୦୦ରୁ ୫୦୦୦ ପ୍ରବାସୀ ଭାରତୀୟ ଲୋକଙ୍କୁ ସମ୍ବୋଧିତ କରିବେ । ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ଗଲ୍ଫ କପ୍ ଫୁଟବଲର ଉଦଘାଟନୀ ସମାରୋହରେ ଅଂଶଗ୍ରହଣ କରିବେ । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦୀ ଏକ ସରକାରୀ କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରିବେ ଯେଉଁଥିରେ ସେ କୁଏତର ଆମିର ଶେଖ୍‌ ମେଶଲ ଅଲ ଶବାହ ଏବଂ କ୍ରାଉନ୍ ପ୍ରିନ୍ସଙ୍କ ସହ ଏକ ସରକାରୀ ବୈଠକ କରିବେ। ୪୩ ବର୍ଷ ପରେ ପ୍ରଥମଥର ପାଇଁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ କୁଏତ ଗସ୍ତରେ ଯାଇଛନ୍ତି । ଶେଷ ଥର ପାଇଁ ୧୯୮୧ ମସିହାରେ ଇନ୍ଦିରା ଗାନ୍ଧି ପ୍ରଧାନମନ୍ତ୍ରୀ ଥିବା ସମୟରେ କୁଏତ୍‌ ଗସ୍ତରେ ଯାଇଥିଲେ । କୁଏତର ଆମିର ଶେଖ୍‌ ମେଶଲ ଅଲ ଶବାହଙ୍କ ନିମନ୍ତ୍ରଣରେ ଡିସେମ୍ବର ୨୧ ଏବଂ ୨୨ ଦୁଇ ଦିନିଆ ଗସ୍ତରେ ସେଠାକୁ ଯାଉଛନ୍ତି ନରେନ୍ଦ୍ର ମୋଦୀ । ମୋଦୀଙ୍କ ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା, ବ୍ୟବସାୟ ଏବଂ ଅନ୍ୟ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହେବ ।

Leave a Reply

Your email address will not be published. Required fields are marked *