ବନ୍ଦ ଘରୁ ମିଳିଲା ଡାକ୍ତରଙ୍କ ମୃତଦେହ

କେମିତି ହେଲା ମୃତ୍ୟୁ, ପୋଲିସ କରୁଛି ତଦନ୍ତ

ଭଡା ଘରୁ ମିଳିଲା ଡାକ୍ତରଙ୍କ ମୃତଦେହ | ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟ ସେବା କେନ୍ଦ୍ରରେ ଡାକ୍ତର ଭାବେ କାମ କରୁଥିବା ମାଲାଦି ଭେଙ୍କଟ ଚନ୍ଦ୍ରଶେଖରଙ୍କ ମୃତଦେହ ବନ୍ଦ ଘରୁ ମିଳିଛି। କଟକ ଚାଉଳିଆଗଞ୍ଜ ଅଞ୍ଚଳରେ ସେ ୪ ବର୍ଷ ହେବ ଭଡ଼ାରେ ରହୁଥିଲେ | ଘର ମାଲିକଙ୍କ କହିବା କଥା ଡାକ୍ତରଙ୍କର ଶ୍ୱାସ ଏବଂ ଅନ୍ୟାନ୍ୟ ରୋଗ ଥିଲା | ସେ ଅବିବାହିତ ଥିଲେ । ଦୁଇ ଦିନ ଘର ଭିତର ପଟୁ ବନ୍ଦ ଥିବା ଯୋଗୁଁ ସେମାନେ ପୁଲିସକୁ ଖବର ଦେବା ପରେ ଚାଉଳିଆଗଞ୍ଜ ପୁଲିସ ଆଜି ଆସି ସକାଳୁ କବାଟ ଭାଙ୍ଗି ମୃତଦେହ ଜବତ କରିଛି | ଯେହେତୁ ତାଙ୍କ ପାଖରେ କେହି ରହୁନଥିଲେ ତେଣୁ ତାଙ୍କ ଘରୁ ମିଳିଥିବା ଆଧାର କାର୍ଡ ଅନୁଯାୟୀ ତାଙ୍କ ପରିବାର ଲୋକଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛି | ତେବେ ଡାକ୍ତରଙ୍କର ମୃତ୍ୟୁ କିଭଳି ହୋଇଛି ସେନେଇ ଜଣାପଡିନାହିଁ | ଶବ ବ୍ୟବଛେଦ ପରେ ହିଁ ଏବାବଦରେ ଜଣାପଡିବ ବୋଲି ପୁଲିସ କହିଛି |