ବୋମାରେ ଉଡାଇଦେବାକୁ ଆରବିଆଇ ଗଭର୍ଣ୍ଣରଙ୍କୁ ଧମକପୂର୍ଣ୍ଣ ଇମେଲ

ଆରବିଆଇକୁ ବୋମା ଧମକ

ଆରବିଆଇକୁ ବୋମା ଧମକ। ଇମେଲ ଜରିଆରେ ଆରବିଆଇ ଗଭର୍ଣ୍ଣରଙ୍କ ଇମେଲ-ଆଇଡିକୁ ରୁଷିଆନ ଭାଷାରେ ଏହି ଇମେଲ ଆସିଥିବା ସୂଚନା । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ବିସ୍ଫୋରକରେ ଉଡ଼ାଇ ଦେବାକୁ ନେଇ ଏହି ଇମେଲରେ ଧମକ ଦିଆଯାଇଛି। ପୂର୍ବରୁ ଦିଲ୍ଲୀର ବିଭିନ୍ନ ସ୍କୁଲ ଓ ବୀମା କମ୍ପାନୀକୁ ଧମକପୂର୍ଣ୍ଣ ମେଲ ଆସିଥିଲା  । 

ଏବେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆକୁ ଏହି ଧମକପୂର୍ଣ୍ଣ ମେଲ ଆସିଛି। ଆରବିଆଇ ଗଭର୍ଣ୍ଣରଙ୍କୁ ଆସିଥିବା ଧମକପୂର୍ଣ୍ଣ ମେଲ ପରେ ସତର୍କ ହୋଇଯାଇଛି ମୁମ୍ବାଇ ପୁଲିସ । ସେପଟେ  ଦିଲ୍ଲୀର ୬ଟି ସ୍କୁଲରେ ବୋମା ଥିବା ନେଇ ଧମକ ଆସିଛି। ମେଲ୍‌ ଯୋଗେ ଅଜ୍ଞାତ ବ୍ୟକ୍ତି ବୋମା ଥିବା ନେଇ ଧମକ ଦେଇଛନ୍ତି। ଘଟଣାସ୍ଥଳରେ ପହଞ୍ଚିଛି ଅଗ୍ନିଶମ ବାହୀନି ଓ ଦିଲ୍ଲୀ ପୋଲିସ। ଛାନଭିନ ଜାରି ରହିଛି । 

Leave a Reply

Your email address will not be published. Required fields are marked *