ଆହୁରି ଆକର୍ଷଣୀୟ ହେବ ମାଆ ବିରଜାଙ୍କ ମନ୍ଦିର

ଝଲସିବ ଓଡ଼ିଶାର ଆଦ୍ୟ ଶକ୍ତିପୀଠ

ସୁନ୍ଦର ଦିଶିବ ମାଆ ବିରାଜଙ୍କ ମନ୍ଦିର । ମନ୍ଦିରର ମୁଖଶାଳାଠାରୁ ଆରମ୍ଭ କରି ପାର୍ଶ୍ଵ ଦେବତା ସବୁର ସୌନ୍ଦର୍ଯ୍ୟ କରଣ କରାଯିବ। ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜା ମନ୍ଦିରର ରୂପାନ୍ତରଣ କାର୍ଯ୍ୟ ଜାରି ରହିଛି। ବିରଜା ମନ୍ଦିରର ମୁଖଶାଳାଠାରୁ ଆରମ୍ଭ କରି ପାର୍ଶ୍ଵ ଦେବତା ସବୁର ସୌନ୍ଦର୍ଯ୍ୟ କରଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ଦୋଳ ମଣ୍ଡପ ,ମୁକ୍ତି ମଣ୍ଡପ ଭୋଗ ଦୋକାନ ପ୍ରଶାସନିକ ଦପ୍ତର ଆନନ୍ଦ ବଜାର ସହ ଖାଣ୍ଡେଲାଇଟକୁ ପଥର ଦ୍ୱାରା ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ଚାଲିଛି। ଦ୍ଵିତୀୟ ପର୍ଯ୍ୟାୟ ରେ ମୁଖ୍ୟ ମନ୍ଦିର କାରୁକାର୍ଯ୍ୟ କରାଯାଇ ଆସନ୍ତା ବର୍ଷେ ଭିତରେ ସୈାନ୍ଦର୍ଯ୍ୟ କାର୍ଯ୍ୟ ସରିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ଗଦା କ୍ଷେତ୍ର ଭାବେ ପରିଚିତ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ବିରଜାଙ୍କ ପୀଠର ବଦଳିଯିବ ରୁପରେଖ । ଏବେକାର ପୁରାତନ ବିରଜା ମନ୍ଦିର ଓ ସୈାନ୍ଦର୍ଯ୍ୟକରଣ ପରେ ନୁତନ ଭାବେ ଦୃଶ୍ୟ ହେବ ବିରଜା ମନ୍ଦିର ଓ ଏହାର ପାର୍ଶ୍ବ ଦେବାଦେବୀ ମନ୍ଦିର । ବର୍ତମାନ ମନ୍ଦିର ଏବଂ ଚତୁରପାର୍ଶ୍ଵର ସମସ୍ତ ଛୋଟ ବଡ ସବୁ ମନ୍ଦିର ର ରୂପାନ୍ତରଣ କାର୍ଯ୍ୟ ଜାରି ରହିଛି। ସମ୍ପୁର୍ଣ ନିର୍ମାଣ ପରେ ଏହା ରାଜ୍ୟ ତଥା ରାଜ୍ୟ ବାହାର ଶ୍ରଦ୍ଧାଳୁ ମାନଙ୍କୁ ଆକର୍ଷିତ କରିବ। ଏଥିଲାଗି ୩୦ରୁ ଉର୍ଦ୍ଦ ପଥର କାରିଗର ନିୟୋଜିତ ହୋଇଥିବା ଦେଖିଛନ୍ତି ।

ବୈତରଣୀ ନଦୀରୁ ଅନତି ଦୂରରେ ଅବସ୍ଥିତ ମା ବିରଜାଙ୍କ କ୍ଷେତ୍ର । ଯାହା ହେଉଛି ଦେଶର ୬୮ ଟି ଓ ରାଜ୍ୟର ୧୮ ଟି ଶକ୍ତି ପୀଠ ମଧ୍ୟରୁ ଅନ୍ୟତମ । ଏଠାରେ ଥିବା ନାଭି କ୍ଷେତ୍ରରେ ପିଣ୍ଡଦାନ କଲେ ପିତୃପରୁଷଙ୍କୁ ମୋକ୍ଷ ପ୍ରାପ୍ତି ହେବାର ବିଶ୍ୱାସ ରହିଛି। କେବଳ ମନ୍ଦିର ଭିତର ନୁହେଁ ମନ୍ଦିର ବେଢା ଚତୁରପାର୍ଶ୍ଵକୁ ମଧ୍ୟ ରୂପାନ୍ତରଣ କରାଯାଉଛି। ତେବେ ମନ୍ଦିରର ନବ କଳେବର କରାଯିବା ପରେ ବାହାରର ପର୍ଯ୍ୟଟକ ଓ ଶ୍ରଦ୍ଦାଳୁଙ୍କୁ ଆକୃଷ୍ଟ କରିବ ।