ବଢିପାରେ RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ
ରିଜର୍ଭ ବ୍ୟାଙ୍କର ବର୍ତ୍ତମାନର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ଡିସେମ୍ବର ୧୦ ରେ ଶେଷ ହେବ। ଏହା ପରେ ନୂତନ ଗଭର୍ଣ୍ଣରଙ୍କୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। ଏହାରି ଭିତରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସାକ୍ଷାତ କରିଛନ୍ତି ଶକ୍ତିକାନ୍ତ | ଆଉ ଏହି ଆଲୋଚନା ପରେ ଶକ୍ତିକାନ୍ତଙ୍କ କାର୍ଯ୍ୟକାଳ ପୁଣି ବଢିପାରେ ବୋଲି ଚର୍ଚ୍ଚା ଜୋର ଧରିଛି | ଯଦି କାର୍ଯ୍ୟକାଳ ସମ୍ପ୍ରସାରଣ ହୁଏ, ତେବେ ୧୯୪୯ ରୁ ୧୯୫୭ ପର୍ଯ୍ୟନ୍ତ ସାଢେ ସାତ ବର୍ଷ ଧରି ଏହି ପଦବୀରେ ଅବସ୍ଥାପିତ ବେନେଗାଲ୍ ରାମା ରାଓଙ୍କ ପରେ ଶକ୍ତିକାନ୍ତ ଦାସ ଦୀର୍ଘତମ ସେବା କରୁଥିବା ଆରବିଆଇ ଗଭର୍ଣ୍ଣର ହେବେ। ଶକ୍ତିଦାସ ଦାସ ୬ ବର୍ଷ ଧରି ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ରହିଆସିଛନ୍ତି। ତେବେ ଡିସେମ୍ବର ୧୦ ପରେ କୌଣସି ସମ୍ଭାବ୍ୟ ସମ୍ପ୍ରସାରଣ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ଆସିନାହିଁ |
