୧୬ ତାରିଖରୁ ରତ୍ନଭଣ୍ଡାର ମରାମତି
ଆସନ୍ତା ୧୬ ତାରିଖରୁ ରତ୍ନଭଣ୍ଡାର ମରାମତି ପାଇଁ ଦିନ ଧାର୍ଯ୍ୟ କରିଛି ଏଏସ୍ଆଇ। ଏନେଇ ସୂଚନା ଦେଇଛନ୍ତି ଏଏସ୍ଆଇ ଅଧୀକ୍ଷକ ଡି.ବି. ଗଡ଼ନାୟକ। ସେ କହିଛନ୍ତି ଯେ ଏକ ଧାର୍ଯ୍ୟ ସମୟ ମିଳିଲା ପରେ ଆସନ୍ତା ୧୬ ତାରିଖରୁ କାମ ଆରମ୍ଭ କରିବା ପାଇଁ ଆପାତତଃ ନିଷ୍ପତ୍ତି ହୋଇଛି। ରତ୍ନଭଣ୍ଡାର ମରାମତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁମତି ମିଳିଯାଇଛି। କିନ୍ତୁ ନୀତି ସବ୍କମିଟିରୁ କିଛି ନିଷ୍ପତ୍ତି ଆସିନି। ନୀତି ସବ୍କମିଟିର ବୈଠକ ହେବ। ଆସନ୍ତାକାଲି କିମ୍ବା ମଙ୍ଗଳବାର ସେମାନଙ୍କର ବୈଠକ ବସିବାର ଅଛି। ସେହି ବୈଠକରେ ଆମ ପାଇଁ ଏକ ସମୟ ସେମାନେ ଦେବେ। ତା’ପରେ ଆମେ କାର୍ଯ୍ୟ ଆରମ୍ଭ କରିବୁ। ଆମେ ୧୬ ତାରିଖରୁ କାମ ଆରମ୍ଭ କରିବାକୁ ପ୍ରସ୍ତୁତ ଅଛୁ।