CBSE ସ୍କୁଲରେ ବି ପଢାଯିବ ଓଡ଼ିଆ ଭାଷାରେ ପାଠ

ଆଞ୍ଚଳିକ ଭାଷାରେ ପାଠପଢ଼ା ଲାଗି ସର୍କୁଲାର ଜାରି

ଏଣିକି ଆଉ ଛାତ୍ରଛାତ୍ରୀଙ୍କୁ ପାଠ ବୁଝିବାକୁ ହେବନି ଅସୁବିଧା । ଏବେଠାରୁ CBSE ସ୍କୁଲରେ ମଧ୍ୟ ଆଞ୍ଚଳିକ ଭାଷାରେ ପଢାଯିବ ପାଠ ।  CBSE ସ୍କୁଲରେ ଓଡ଼ିଆ ସମେତ ଅନ୍ୟ ଆଞ୍ଚଳିକ ଭାଷାରେ ପାଠ ପଢି ପାରିବା ପାଇଁ ମଧ୍ୟ ଅପସନ ରହିବ । CBSE ଅନୁବନ୍ଧିତ ସବୁ ସ୍କୁଲରେ ଆଞ୍ଚଳିକ ଭାଷାରେ ପାଠପଢ଼ା ଲାଗି ସର୍କୁଲାର ଜାରି କରିଛି CBSE । ଆଜି ଯାଏଁ CBSE ସ୍କୁଲରେ କେବଳ ଇଂରାଜୀ ଓ ହିନ୍ଦୀରେ ପଢ଼ାଇବାର ବ୍ୟବସ୍ଥା ଥିଲା।  ଏବେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପାଠ୍ୟକ୍ରମ ଏ ଦୁଇ ଭାଷା ସମେତ ଓଡ଼ିଆ ଏବଂ ଅନ୍ୟ ଆଞ୍ଚଳିକ ଭାଷାରେ ପଢାଯାଇପାରିବ । ସ୍କୁଲଗୁଡ଼ିକ ଧୀରେ ଧୀରେ ଏହି ବ୍ୟବସ୍ଥାକୁ ଆପଣେଇବେ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।