ବଜ୍ରପାତ ନେଉଛି ଜୀବନ

ବଜ୍ରପାତରେ ୩ ବର୍ଷରେ ୧୦୫୭ ଜଣଙ୍କ ମୃତ୍ୟୁ

ବଜ୍ରପାତରେ ୩ ବର୍ଷରେ ୧୦୫୭ ଜଣଙ୍କର ମୃତ୍ୟୁ ଘଟିଛି । ଗତ ୩ ବର୍ଷରେ ବଜ୍ରପାତ ନେଲାଣି ୧୦୫୭ ଜଣଙ୍କ ଜୀବନ । ଗୃହରେ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି। ୨୦୨୨ରୁ ୨୦୨୪ ମଧ୍ୟରେ ବଜ୍ରପାତ ହେତୁ ସର୍ବାଧିକ ୮୧ ଜଣଙ୍କର ମୃତ୍ୟୁ ହୋଇଛି। ଯାହା ମୟୂରଭଞ୍ଜ ଜିଲ୍ଲାରେ ଘଟିଥିଲା। ସେହିପରି ​​ବାଲେଶ୍ବର ଜିଲ୍ଲା (୬୮) ଏବଂ ଗଞ୍ଜାମ ଜିଲ୍ଲା (୬୦) ଜଣଙ୍କର ମୃତ୍ୟୁ ହୋଇଥିଲା ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *