ନୌସେନାର ପରାକ୍ରମ ଦିବସ, ଡେମୋର ଉଦ୍‌ଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ପୁରୀରେ ନୌବୀରଙ୍କ ପରାକ୍ରମ

ପୁରୀ ବ୍ଲୁ ଫ୍ଲାଗ ବିଚ୍‌ରେ ନୌସେନାର ପରାକ୍ରମ ଦିବସ। ଡେମୋର ଉଦ୍‌ଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଥମ କରି ପୁରୀରେ ପାଳିତ ହେଉଛି ନୌସେନା ଦିବସ । ୧୫ ଯୁଦ୍ଧ ଜାହାଜ, ୩୭ ଏୟାରକ୍ରାଫ୍ଟ, ଗୋଟିଏ ବୁଡ଼ା ଜାହାଜ ସାମିଲ । ପୁରୀ ବେଳାଭୂମିରେ ଯୁଦ୍ଧର ଭ୍ରମ ସୃଷ୍ଟି । ଜଳ ପଥରେ ରଣକୌଶଳ ଦେଖାଉଛନ୍ତି ନୌବୀର । ଚଳିତ ବର୍ଷର ଥିମ୍ ରହିଛି “Strength and Power through Innovation and Indigenisation,”। ପ୍ରଥମ ଥର ପାଇଁ ଓଡ଼ିଶାରେ ଏତେ ବଡ଼ କାର୍ଯ୍ୟକ୍ରମ ହେଉଥିବାରୁ ଲୋକଙ୍କ ଭିତରେ ଉତ୍ସାହ ଖୁବ୍ ଅଧିକ ରହିଛି। ଆପଣ ଜାଣିଛନ୍ତି କି, ୧୯୭୨ ମସିହା ପୂର୍ବରୁ ଡିସେମ୍ବର ୧୫ରେ ପାଳନ ହେଉଥିଲା ନୌସେନା ଦିବସ। କିନ୍ତୁ ୧୯୭୧ ମସିହାରେ ଏଭଳି ଏକ ଐତିହାସିକ ଘଟଣା ଘଟିଲା, ଯେଉଁଥିପାଇଁ ୧୯୭୨ ମସିହାର ଏକ ନୌସେନା ଅଧିକାରୀ ସମ୍ମିଳନୀରେ ନିଷ୍ପତ୍ତି ନିଆଗଲା ଯେ, ପ୍ରତିବର୍ଷ ଡିସେମ୍ବର ୪ରେ ପାଳନ ହେବ ନେଭି ଡେ ।

ପୁରୀରୁ ବିଶ୍ବ ଦେଖୁଛି ପରାକ୍ରମ

  • ୪୦ଟି ଏୟାରକ୍ରାଫ୍ଟ ଓ ୧୫ଟି ଯୁଦ୍ଧ ଜାହାଜ ଦେଖାଇବେ କଳାକୌଶଳ
  • ଚେତକ ଓ ସି-କିଙ୍ଗ ହେଲିକପ୍ଟର ସାଜିବେ ମୁଖ୍ୟ ଆକର୍ଷଣ
  • ଯୁଦ୍ଧ ଜାହାଜରେ ହେଲିକପ୍ଟର ଅବତରଣର ଦୃଶ୍ୟ ଦେଖିବେ ଦର୍ଶକ
  • ହେଲିକପ୍ଟରରେ ସନ୍ଧାନ ଓ ଉଦ୍ଧାର ଦୃଶ୍ୟ ମଧ୍ୟ ନିଆରା ରହିବ
  • ପୁରୀ ସମୁଦ୍ର ବାଲିରେ ଗଡ଼ିବ ବିଏମପି ଟ୍ୟାଙ୍କ
  • ଟ୍ୟାଙ୍କର ବେଗ ରହିଛି ଘଣ୍ଟାପ୍ରତି ୬୫ କିଲୋମିଟର
  • ଥରକେ ୪୫୦ କିଲୋମିଟର ଯିବାର କ୍ଷମତା
  • ୪ କିଲୋମିଟର ମଧ୍ୟରେ ଶତ୍ରୁକୁ ନିପାତ କରିପାରେ ସକ୍ଷମ
  • ମାର୍କୋସ କମାଣ୍ଡୋମାନେ ବିଭିନ୍ନ କଳା କୌଶଳ ଦେଖାଇବେ
  • ଆକାଶରେ ଯୁଦ୍ଧ ବିମାନରୁ ନିଆଁ ବର୍ଷାର ଦୃଶ୍ୟ ନିଆରା ରହିବ
  • ପୁରୀରେ ଶକ୍ତି ଦେଖାଇବ ମିଗ୍‌-୨୯କେ ବିମାନ
  • ଯୁଦ୍ଧ ଜାହାଜରୁ ଆଣ୍ଟି ସବମରିନ ରକେଟ୍‌ ଫାୟାର କରାଯିବ
  • ସମୁଦ୍ରରେ ବୋମାବର୍ଷାର ଦୃଶ୍ୟ ଦେଖିବେ ଦର୍ଶକ
  • ଆକାସରେ ଏକାଠି ଉଡ଼ିବେ ନୌସେନାର ବିଭିନ୍ନ ଯୁଦ୍ଧ ବିମାନ
  • ଅପରାହ୍ନରେ ବିଟିଂ ରିଟ୍ରିଟ୍‌ ସେରିମନି କାର୍ଯ୍ୟକ୍ରମ ଆୟୋଜନ କରାଯିବ

୧୯୭୧ ଡିସେମ୍ବର ୩ରେ ଆରମ୍ଭ ହୋଇଥିଲା ଭାରତ-ପାକିସ୍ତାନ ଯୁଦ୍ଧ। ପ୍ରଥମ ଦିନରେ ଭାରତର ବିଭିନ୍ନ ବାୟୁସେନା ଘାଟି ଉପରେ ଅତର୍କିତ ଆକ୍ରମଣ କଲା ପାକିସ୍ତାନ। ଆଉ ଠିକ୍ ଏହାର ପରଦିନ ପାକିସ୍ତାନକୁ କଡ଼ା ଜବାବ ଦେଇଥିଲା ଭାରତୀୟ ନୌସେନା। ଡିସେମ୍ବର ୪ ରାତିରେ ହୋଇଥିଲା ଐତିହାସିକ ଅପରେସନ୍ ଟ୍ରାଇଡେଣ୍ଟ। ତତ୍କାଳୀନ ନୌସେନା ମୁଖ୍ୟ ଆଡମିରାଲ୍ ଏସ୍.ଏମ୍. ନନ୍ଦାଙ୍କ ନିର୍ଦ୍ଦେଶ କ୍ରମେ ଆକ୍ରମଣର ନେତୃତ୍ବ ନେଇଥିଲେ ଟ୍ବେଣ୍ଟି-ଫିଫ୍ଥ (25th) ମିସାଇଲ୍ ଭେସେଲ୍ ସ୍କ୍ବାଡ୍ରନ୍ କମାଣ୍ଡର୍ ବବ୍ରୁ ଭାନ୍ ଯାଦବ।ସେତେବେଳେ ପାକିସ୍ତାନ ବାୟୁସେନା ପାଖରେ ରାତିରେ ଲଢ଼େଇ ପାଇଁ ଟେକନୋଲୋଜି ନଥାଏ। ତେଣୁ ସଞ୍ଜ ନଇଁବା ପରେ ଓ ସିନ୍ଦୁରା ଫିଟିବା ଆଗରୁ ଅଚାନକ ହମଲା ପାଇଁ ହେଲା ପ୍ଲାନିଂ। ପ୍ରଥମ ଥର ପାଇଁ ଜାହାଜରୁ ଫାୟାର୍ ହେବାକୁ ଥିଲା ଭାରତର ଆଣ୍ଟି-ସିପ୍ ମିଜାଇଲ୍।ଏପଟେ ଭାରତ ପାଖରେ ବି ଥାଏ ଗୋଟିଏ ଚାଲେଞ୍ଜ। ଭାରତୀୟ ମିଜାଇଲ୍ ବୋଟ୍ ଅଧିକ ଦୂରତା ଅତିକ୍ରମ କରିପାରୁନଥିବାରୁ, ଅତି ଚତୁରତାର ସହ ସେଗୁଡ଼ିକୁ ଅନ୍ୟ ଜାହାଜରେ କିଛି ବାଟ ଟୋଇଂ କରି ଟାଣିନିଆଗଲା ।ସେଠାରୁ ସେମାନେ ଆରୋ ହେଡ୍ ଫର୍ମେସନରେ ମାଡ଼ିଚାଲିଲେ ପାକିସ୍ତାନ ଆଡ଼କୁ। ଟାର୍ଗେଟ୍ ଥିଲା କରାଚୀ ବନ୍ଦର। ରାତିର ଅନ୍ଧାରରେ ପାକ୍ ସେନା ରାଡାରରୁ ବର୍ତ୍ତି ପ୍ରଥମ ଆଟାକ୍ କଲା ଆଇଏନ୍ଏସ୍ ନିର୍ଘାତ୍। ୨ଟି ଷ୍ଟିକ୍ସ ମିଜାଇଲ୍ ମାଡ଼ରେ ପାକିସ୍ତାନୀ ଯୁଦ୍ଧ ଜାହାଜ ପିଏନ୍ଏସ୍ ଖାଇବରର କାମ୍ ତମାମ୍। ଏହାପରେ ପରାକ୍ରମ ଦେଖାଇଲେ ଆଇଏନ୍ଏସ୍ ନିପାତ ଓ ଆଇଏନ୍ଏସ୍ ବୀର୍। ଧ୍ବଂସ ହୋଇଗଲା ପିଏନ୍ଏସ୍ ଶାହଜାହାନ ଓ ମୁହାଫିଜ୍ ସହିତ କାର୍ଗୋ ଭେସେଲ୍ ‘ଭେନସ୍ ଚାଲେଞ୍ଜର୍’।ସେଠାରୁ ସେମାନେ ଆରୋ ହେଡ୍ ଫର୍ମେସନରେ ମାଡ଼ିଚାଲିଲେ ପାକିସ୍ତାନ ଆଡ଼କୁ। ଟାର୍ଗେଟ୍ ଥିଲା କରାଚୀ ବନ୍ଦର। ରାତିର ଅନ୍ଧାରରେ ପାକ୍ ସେନା ରାଡାରରୁ ବର୍ତ୍ତି ପ୍ରଥମ ଆଟାକ୍ କଲା ଆଇଏନ୍ଏସ୍ ନିର୍ଘାତ୍। ୨ଟି ଷ୍ଟିକ୍ସ ମିଜାଇଲ୍ ମାଡ଼ରେ ପାକିସ୍ତାନୀ ଯୁଦ୍ଧ ଜାହାଜ ପିଏନ୍ଏସ୍ ଖାଇବରର କାମ୍ ତମାମ୍। ଏହାପରେ ପରାକ୍ରମ ଦେଖାଇଲେ ଆଇଏନ୍ଏସ୍ ନିପାତ ଓ ଆଇଏନ୍ଏସ୍ ବୀର୍। ଧ୍ବଂସ ହୋଇଗଲା ପିଏନ୍ଏସ୍ ଶାହଜାହାନ ଓ ମୁହାଫିଜ୍ ସହିତ କାର୍ଗୋ ଭେସେଲ୍ ‘ଭେନସ୍ ଚାଲେଞ୍ଜର୍’।