ବିଧାନସଭାରେ ଆଗତ ହେଲା ଅତିରିକ୍ତ ବଜେଟ

ଆସିଲା  ୧୨ ହଜାର ୧୫୬କୋଟିର ଅତିରିକ୍ତ ବଜେଟ

ବିଧାନସଭାରେ ଆଜି  ୨୦୨୪-୨୫ ଆର୍ଥିକବର୍ଷ ପାଇଁ ଅତିରିକ୍ତ ବଜେଟ୍ ଆଗତ କରାଯାଇଛି । ମୁଖ୍ୟମନ୍ତ୍ରୀ  ୧୨ ହଜାର ୧୫୬ କୋଟିର ବଜେଟ ଉପସ୍ଥାପନ କରିଛନ୍ତି । ତେବେ ୭ ବିଭାଗକୁ କୌଣସି ବ୍ୟୟ ଅଟକଳ ହୋଇନାହିଁ । ଏଥିରେ ରହିଛି ମିଶନ ଶକ୍ତି, ସାଧାରଣ ଅଭିଯୋଗ ଓ ପେନସନ ବିଭାଗ । ସୁଭଦ୍ରା ଯୋଜନା ପାଇଁ ସବୁଠାରୁ ଅଧିକ ବ୍ୟୟ ଅଟକଳ ହୋଇଛି । ଏଥିପାଇଁ ୧୧ ଶହ ୯୬ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି ସରକାର । ସୁଭଦ୍ରା ଯୋଜନା ପାଇଁ ୧୧୯୬ କୋଟି ଟଙ୍କା ବ୍ୟବସ୍ଥା ହୋଇଛି । ସେହିପରି ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସ ଆୟୋଜନ ପାଇଁ ୧୨୫ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ରତ୍ନଭଣ୍ଡାର ପାଇଁ ୫ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି । CAPF ମୁତୟନ ପାଇଁ ୨୯୯ କୋଟି ଟଙ୍କା ବ୍ୟୟବରାଦ । ପୁଲିସ ଷ୍ଟେସନ ଓ ଫାଣ୍ଡିରେ ସିସିଟିଭି ପାଇଁ ୫୧ କୋଟି ଟଙ୍କା ।

ଶ୍ରୀମନ୍ଦିର ପରିକ୍ରମାର ବିସ୍ତୃତି ସୁବିଧା ବିକାଶ ପାଇଁ ୨୬ କୋଟି । ଅଗ୍ନିଶମ ସେବାର ଆଧୁନିକୀକରଣ ଓ ସଂପ୍ରସାରଣ ପାଇଁ ୧୨୦ କୋଟି ।  ବନ୍ୟା ନିୟନ୍ତ୍ରଣ ଓ ଡ୍ରେନେଜ ପାଇଁ ୬୬ କୋଟି ଟଙ୍କା ।  ମଧୁବାବୁ ପେନସନ୍ ଯୋଜନାରେ ୩୩୮ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ସେହିପରି ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ୬୪୪ କୋଟି ବ୍ୟବସ୍ଥା । ୨୨ ଟି ଓଞଓ ରେ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ପାଇଁ ୧୩୦ କୋଟି ଟଙ୍କାର ବ୍ୟବସ୍ଥା । ବିଭିନ୍ନ ନିଯୁକ୍ତି ପରୀକ୍ଷା ଆୟୋଜନ ପାଇଁ ୧୫ କୋଟି ଟଙ୍କା ବ୍ୟବସ୍ଥା ।


କୋଠ ଭୋଗ ଦାନ ଯୋଜନା ପାଇଁ ୧୫ କୋଟି ଟଙ୍କା ଅନୁଦାନ ବ୍ୟବସ୍ଥା । ଶ୍ରଦ୍ଧାଳୁମାନେ ରଥ ଚଢ଼ିନଥିବାରୁ ଦଇତାପତିଙ୍କୁ କ୍ଷତିପୂରଣ ବାବଦରେ ୧୨ କୋଟି ଟଙ୍କା  । ଓଡ଼ିଶାବିଧାନସଭାର କୋଠା ନିର୍ମାଣ ପାଇଁ ୬ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ରାଜ୍ୟର ମାଧ୍ୟମିକ ବିଦ୍ୟାଳୟରେ ଅତିଥି ଅଧ୍ୟାପକଙ୍କ ଦରମା ବାବଦରେ ୨୦ କୋଟି ଟଙ୍କା ବ୍ୟବସ୍ଥା ।  ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦକୁ ୧୩ କୋଟି ଟଙ୍କା ଅନୁଦାନ ବ୍ୟବସ୍ଥା । ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟ ପାଇଁ ଅନୁଦାନ ବାବଦରେ ୨୭ କୋଟି ଟଙ୍କା ବ୍ୟବସ୍ଥା  ହୋଇଛି । 

Leave a Reply

Your email address will not be published. Required fields are marked *