ଦକ୍ଷିଣ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ

ବଙ୍ଗୋପସାଗରରେ ଆସୁଛି ‘ଫେଙ୍ଗାଲ’, ୨୬ ରୁ ହାଲୁକା ବର୍ଷା

ଦକ୍ଷିଣ ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଏହା ଅଧିକ ଘନୀଭୂତ ହୋଇ ଆସନ୍ତାକାଲି ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହେବ । ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୫ ବେଳକୁ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଘନୀଭୂତ ହୋଇ ଅବପାତ ଓ ପରେ ବାତ୍ୟାର ରୂପ ନେବ। ବଙ୍ଗୋପସାଗରରେ ସାମ୍ଭାବ୍ୟ ବାତ୍ୟାର ପ୍ରଭାବ ଓଡ଼ିଶାରେ ନାହିଁ । ଆସନ୍ତା ୨୬ରୁ ପାଗରେ ପରିବର୍ତ୍ତନ ସହ ୨୬ ରୁ ୨୮ ଟ୍ରଫ୍ ଲାଇନ୍ ପ୍ରଭାବରେ ହେବ ହାଲୁକା ବର୍ଷା ।

କମିବ ଦିନର ତାପମାତ୍ରା, ବଢିବ ଶୀତ । ତେବେ ଏହା ଆଗକୁ ଆହୁରି ଘନୀଭୂତ ହେବ ନା ନାହିଁ ତା ଉପରେ ନଜର ରଖିଛି ପାଣିପାଗ ବିଭାଗ । ବର୍ତ୍ତମାନର ଆକଳନ ଅନୁସାରେ ଅବପାତ ପଣ୍ଡିଚେରୀ ନିକଟରେ ଉପକୂଳ ଅତିକ୍ରମ କରିବ । ବର୍ତ୍ତମାନ ଧାନ ମଣ୍ଡି ରେ ଧାନ ରହିଥିବାରୁ ଚାଷୀଙ୍କୁ ବ୍ୟସ୍ତ ନହେବାକୁ ପାଣିପାଗ ବିଭାଗ କହିଛି । ୨୬ ରୁ ଉପକୂଳରେ ହାଲୁକା ବର୍ଷା ନେଇ ସତର୍କ କରିଛି ପାଣିପାଗ ବିଭାଗ ।ଆଗାମୀ ୫ ଦିନ ଲାଗି ରାଜ୍ୟରେ କୌଣସି ବଡ଼ ଚେତାବନୀ ନାହିଁ । ୨୭ ନଭେମ୍ବରରେ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ ପୁରୀ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨୮ରେ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାରେ ଗୋଟିଏ ରୁ ଦୁଇଟି ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଅଛି । ଆଗାମୀ ଚାରି ଦିନ ପାଇଁ ରାଜ୍ୟର ଜିଲ୍ଲାଗୁଡିକରେ ସର୍ବନିମ୍ନ ତାପମାତ୍ରା ଖସିବାର ସମ୍ଭାବନା ନାହିଁ । ଏହାପରେ ସର୍ବନିମ୍ନ ତାପମାତ୍ରା ଦୁଇରୁ ତିନି ଡିଗ୍ରୀ ଖସିପାରେ ।

Leave a Reply

Your email address will not be published. Required fields are marked *