ରାଜ୍ୟରେ କାଲିଠୁ ଆରମ୍ଭ ହେବ ଧାନକିଣା

ରାଜ୍ୟରେ କାଲିଠୁ ଆରମ୍ଭ ହେବ ଧାନକିଣା

ଆସନ୍ତାକାଲି ଅର୍ଥାତ୍ ୨୦ ତାରିଖଠୁ ଆରମ୍ଭ ହେବ ରାଜ୍ୟରେ ଧାନ କିଣା । ୨୦ ତାରିଖରେ ବରଗଡ଼ ଏବଂ ୨୨ ତାରିଖରେ ସମ୍ବଲପୁରରେ ଧାନ କିଣିବେ ସରକାର । ଯେଉଁଥି ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସରକାର ଚାଷୀଙ୍କ ଠାରୁ କୁଇଣ୍ଟାଲ ପିଛା ୩୧ ଶହ ଟଙ୍କାରେ ଧାନ କିଣିବେ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୩୦୦ ଟଙ୍କା ସହିତ ରାଜ୍ୟ ସରକାର ଇନପୁଟ୍ ସହାୟତା ୮୦୦ ଟଙ୍କା ମିଶାଇ ଦେବେ । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଧାନ କିଣା ପ୍ରକ୍ରିୟା ପାଇଁ ଚାଷୀ ପ୍ରସ୍ତୁତ ଅଛନ୍ତି,ସେହିପରି ଜିଲ୍ଲା ପ୍ରଶାସନ ଏବଂ ମୁଁ ମଧ୍ୟ ପ୍ରସ୍ତୁତ ଅଛି । ୨୦ରେ ଗରଗଡ଼, ୨୧ ସମ୍ବଲପୁରରେ ଧାନ କିଣାଯିବ । ସେହିପରି ପ୍ରତି ମଣ୍ତଳରେ ଜଣେ ଜଣେ ଅଧିକାରୀ ଉପସ୍ଥିତ ରହିବେ ଏବଂ ସମସ୍ତେ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିବେ । ସେହିପରି ପର୍ଯ୍ୟବେକ୍ଷକ ନିଯୁକ୍ତି ହୋଇଛନ୍ତି ଯେଉଁ ମାନେ ପ୍ରତ୍ୟେକ ମଣ୍ତି ବୁଲି ତଦାରଖ କରିବେ । ଚଳିତ ବର୍ଷ ୮୦ ଲକ୍ଷ ଟନ୍‌ ଧାନ କିଣିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି।

Leave a Reply

Your email address will not be published. Required fields are marked *