GCON ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

GCON ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ

ତିନିଦିନିଆ ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଗସ୍ତ ସମୟରେ ରବିବାର ନାଇଜେରିଆରେ ପହଞ୍ଚିଛନ୍ତି ମୋଦି । ଦୀର୍ଘ ୧୭ ବର୍ଷ ପରେ ଏହି ପଶ୍ଚିମ ରାଷ୍ଟ୍ର ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । ନାଇଜେରିଆ ରାଜଧାନୀ ଆବୁଜାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରିଥିଲେ ଭାରତୀୟ ସମୁଦାୟ । ନାଇଜେରିଆର ପାରମ୍ପରିକ ନୃତ୍ୟ ବାଦ୍ୟରେ ମୋଦିଙ୍କୁ କରାଯାଇଥିଲା ସ୍ବାଗତ । ମୋଦି ମୋଦି ନାରାରେ କମ୍ପିଥିଲା ନାଇଜେରିଆର ଆବୁଜା ଅଞ୍ଚଳ। ମରାଠୀ ସମୁଦାୟ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଖୁସି ବ୍ୟକ୍ତ କରିଥିଲେ । ଦୀର୍ଘ ୧୭ ବର୍ଷ ପରେ ପ୍ରଧାନମନ୍ତ୍ରୀ ଏହି ପଶ୍ଚିମ ରାଷ୍ଟ୍ର ଗସ୍ତ କରିଥିବା ବେଳେ ଏବେ ନାଇଜେରିଆର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଗ୍ରାଣ୍ଡ୍‌ କମାଣ୍ଡର ଅଫ୍‌ ଦ ଅର୍ଡର ଅଫ୍‌ ଦ ନାଇଜର’ (ଜିକନ୍) ସମ୍ମାନରେ ସମ୍ମାନିତ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଥିଲେ ନାଇଜେରିଆ ସରକାର । ତେବେ ରାଣୀ ଏଲିଜାବେଥ୍‌ ଏକମାତ୍ର ବିଦେଶୀ ଭାବେ ୧୯୬୯ରେ ଏହି ସମ୍ମାନରେ ସମ୍ମାନିତ ହୋଇଥିଲେ । ତାଙ୍କ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । କୌଣସି ବିଦେଶୀ ରାଷ୍ଟ୍ର ପକ୍ଷରୁ ମୋଦିଙ୍କୁ ଏହା ସପ୍ତଦଶ ସମ୍ମାନ ।ତେବେ ପୂର୍ବରୁ ରାଣୀ ଏଲିଜାବେଥ ଏକମାତ୍ର ବିଦେଶୀ ଭାବେ ୧୯୬୯ ମସିହାରେ ସମ୍ମାନିତ ହୋଇଥିଲେ । ଏଲିଜାବେଥଙ୍କ ପରେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପୁରସ୍କାର ପାଇଛନ୍ତି । ଏହାପୂର୍ବରୁ ମୋଦିଙ୍କୁ ଫ୍ରାନ୍ସ, ଜାପାନ, ଅଷ୍ଟ୍ରେଲିଆ ଭଳି ଦେଶ ମଧ୍ୟ ସର୍ବୋଚ୍ଚ ପୁରସ୍କାରରେ ସମ୍ମାନିତ କରିସାରିଛି ।

Leave a Reply

Your email address will not be published. Required fields are marked *