ଜୟନାରାୟଣଙ୍କୁ ବଡ଼ ଝଟକା

ଜୟନାରାୟଣଙ୍କ ଆଗୁଆ ଜାମିନ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ଜୟନାରାୟଣ ମିଶ୍ରଙ୍କୁ ଝଟକା । ଆଗୁଆ ଜାମିନ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ । ଧାରଣା ବେଳେ ମହିଳା ପୋଲିସ ଆଇଆଇସିଙ୍କୁ ଠେଲିଦେବା ଓ ଧମକଚମକ ଦେବା ଘଟଣାରେ ଜୟନରାୟଣଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ । ଗତ ୨୦୨୩ ଫେବୃଆରୀ ୧୫ ତାରିଖରେ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ ବେଳେ ପୁଲିସ ସହ ବିଜେପି କର୍ମୀଙ୍କ ମୁହାଁମୁହିଁ ଘଟଣାରେ ଜୟନାରାୟଣ ମିଶ୍ରଙ୍କ ବିରୋଧରେ ଟାଉନ ଥାନାରେ ଧନୁପାଲି ଥାନା ଆଇଆଇସି ଅନୀତା ପ୍ରଧାନ ଏତଲା ଦେଇଥିଲେ । ମହିଳା ପୁଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର ଓ କର୍ତ୍ତବ୍ୟ ସମ୍ପାଦନରେ ବାଧା ଦିଆଯାଇଥିବା ନେଇ ଅଭିଯୋଗ ହୋଇଥିଲା ।ଧନୁପାଲି ଥାନା ଆଇଆଇସିଙ୍କ ଏତଲା କ୍ରମେ ଟାଉନ ଥାନା ପକ୍ଷରୁ ଜୟନାରାୟଣ ମିଶ୍ରଙ୍କ ନାଁରେ ଆଇପିସିର ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଥିଲା ।

Leave a Reply

Your email address will not be published. Required fields are marked *