ବିବାଦ ପରେ ବି ଆମେରିକା ହ୍ୟୁଷ୍ଟନ୍ରେ କରିଛି ଅଦିନିଆ ରଥଯାତ୍ରା
ବହୁ ବିବାଦ ପରେ ମଧ୍ୟ ମାନିଲାନି ଇସ୍କନ। ଗତକାଲି ଆମେରିକା ହ୍ୟୁଷ୍ଟନ୍ରେ କରିଛି ଅଦିନିଆ ରଥଯାତ୍ରା। ‘ଫେଷ୍ଟିଭାଲ ଅଫ ବ୍ଲିସ’ ନାଁରେ ରଥଯାତ୍ରା କରିଛି ଇସ୍କନ। ରଥରେ ଚତୁର୍ଦ୍ଧା ମୂର୍ତ୍ତି ନଥିଲେ ବି ରାଧାକୃଷ୍ଣଙ୍କ ମୂର୍ତ୍ତି ରଖି ନନ୍ଦିଘୋଷ ଭଳି ଅବିକଳରଥ ନିର୍ମାଣ କରି ଟାଣିଛି ଇସ୍କନ। ଯାହା ଓଡ଼ିଆ ଜଗନ୍ନାଥ ଭକ୍ତଙ୍କ ଭାବାବେଗକୁ ଆଘାତ ଦେଇଛି। ଅଦିନିଆ ରଥଯାତ୍ରା ନ କରିବାକୁ ଗଜପତି ମହାରାଜା କହିବା ପରେ ଏଥିରୁ ନିବୃତ୍ତ ରହିବ ବୋଲି ଇସ୍କନ ପକ୍ଷରୁ କୁହାଯାଇଥିଲା। ଏହାପରେ ଆମେରିକା ହ୍ୟୁଷ୍ଟନରେ ଶ୍ରୀଜିଉଙ୍କ ଅଦିନ ସ୍ନାନ ଓ ରଥଯାତ୍ରା ହେବନି ବୋଲି ଇସ୍କନ ପକ୍ଷରୁ ସୂଚନା ଦିଆଯାଇଥିଲା। ତେବେ ନିର୍ଦ୍ଧାରିତ ଦିନ ଆର୍ଥାତ ଗତକାଲି ହ୍ୟୁଷ୍ଟନରେ ନନ୍ଦିଘୋଷ ଭଳି ଅବିକଳ ରଥ ନିର୍ମାଣ କରି ଏହାକୁ ଟାଣିବା ସହ ‘ଫେଷ୍ଟିଭାଲ ଅଫ ବ୍ଲିସ’ ପାଳନ କରିଛି ଇସ୍କନ। ଅଦିନରେ ନନ୍ଦିଘୋଷ ରଥ ଗଡ଼ିବା ଓ ଇସ୍କନର ଏଭଳି ମନୋଭାବକୁ ନେଇ ପ୍ରଶ୍ନ ଉଠିଛି। ତେବେ ଏନେଇ ଇସ୍କନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।