ସୁନ୍ଦର ଦିଶିବ ସୁକିନ୍ଦା, ୧୦ପ୍ରକଳ୍ପ ପାଇଁ ଅନୁମୋଦନ!

ଏଣିକି ସୁନ୍ଦର ଦିଶିବ ସୁକିନ୍ଦା । ସୁକିନ୍ଦାରବିକାଶ ପାଇଁ ମଞ୍ଜୁର ହୋଇଛି ୭୯୧.୬୧ କୋଟି। ତେବ ଯାଜପୁର DMF ଟ୍ରଷ୍ଟ ବୋର୍ଡର ଆଜି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଯାଜପୁର ଜିଲ୍ଲାପାଳ, ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇଙ୍କ ସମେତ ବହୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିବା ଏଖିବାକୁ ମିଳିଥିଲା । ସୁକିନ୍ଦା ଓ ଦାନଗଦୀ ପାଇଁ ଆବଶ୍ୟକ ପ୍ରକଳ୍ପ ଗୁଡିକ ସଂପର୍କରେ ବ୍ୟାପକ ଆଲୋଚନା ହେବା ପରେ ଖଣି ପ୍ରଭାବିତ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ୧୦ଟି ପ୍ରକଳ୍ପକୁ ମିଳିଲା ଅନୁମୋଦନ । ଫଳରେ ଖଣି ଅଞ୍ଚଳର ଲାଇଫ୍ ଲାଇନ୍ ଟମକା-ମଙ୍ଗଳପୁର ରାସ୍ତା ନିର୍ମାଣ ହୋଇପାରିବ।

ତେବେ DMF ଟ୍ରଷ୍ଟ ବୋର୍ଡ ବୈଠକରେ ମିଳିଥିବା ୧୦ଟି ପ୍ରକଳ୍ପ ମଧ୍ୟରେ ରହିଛି ଟମକା-ମଙ୍ଗଳପୁର ମଧ୍ୟରେ ନିର୍ମାଣ ହେବ ୪୩ କିଲୋମିଟରର ରାସ୍ତା ଯେଉଁଥି ପାଇଁ ବ୍ୟୟବରାଦ ହେବ ୫୬୬.୭୧ କୋଟି, ଦ୍ବିତୀୟ ପ୍ରକଳ୍ପ ରହିଛି ରେଙ୍ଗାଲି କେନାଲର ୧୨.୮ କି.ମି ରାସ୍ତା, ଏଥିପାଇଁ ଖର୍ଚ୍ଚ ହେବ ୪୮.୭୮ କୋଟି। ସେହିପରି ଦାମଦୋରପୁର ବନ ଉଦ୍ୟାନ ପାଇଁ ୩୦ କୋଟି, କଳିଙ୍ଗ ନଗର ସ୍ପୋର୍ଟସ କଂପ୍ଲେକ୍ସ ପାର୍କ ସିସିଆଇ ପାଇଁ ୬୦ କୋଟି, ଡୁବୁରୀ ମିଶନ ଶକ୍ତି ଭିଲେଜ୍ ପାଇଁ ୧୦ କୋଟି, ସୁଇମିଂ ପୁଲ୍, କୁହିକା ହାଇସ୍କୁଲ ପାଇଁ ୫କୋଟି ପ୍ରତି ପଞ୍ଚାୟତର ଶଶ୍ମାନ ପାଇଁ ୧୪.୪୦ କୋଟି, ପ୍ରତି ପଞ୍ଚାୟତରେ ଷ୍ରିଟ୍ ଲାଇଟ ପାଇଁ ୬.୭୨ କୋଟି, କନଭେନସନ ସେଣ୍ଟର, କଳିଙ୍ଗ ନଗର ପାଇଁ ୪୫ କୋଟି ଏବଂ ମାଇନିଂ ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟର ପାଇଁ ଖର୍ଚ୍ଚ ହେବ ୫ କୋଟି।