ଆକ୍ସନ୍‌ ମୋଡ୍‌କୁ ଆସିଛି CRUT

ମଦ ପିଇ ‘ମୋ ବସ’ ଚଲାଇଲେ ଲାଇସେନ୍ସ କ୍ୟାନ୍‌ସଲ!

ସାଧାରଣ ଲୋକଙ୍କ ବାରମ୍ବାର ଅଭିଯୋଗ ପରେ ଏବେ ଆକ୍ସନ୍‌ ମୋଡ୍‌କୁ ଆସିଛି CRUT । ମଦ୍ୟପାନ କରି ଗାଡ଼ି ଚଳାଉଥିବା ‘ମୋ ବସ୍’ ଡ୍ରାଇଭରଙ୍କ ବିରୋଧରେ ଆକ୍ସନ ମୋଡରେ କ୍ରୁଟ୍ । ମଦ ପିଇ ଡ୍ୟୁଟି କରୁଥିବା ଅଭିଯୋଗରେ ଜଣେ ବସ୍ ଗାଇଡ୍ ଓ କ୍ୟାପଟେନଙ୍କୁ ନିଲମ୍ବିତ କରିଛି । ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ତୁରନ୍ତ କାର୍ଯ୍ୟରୁ ନିଲମ୍ବନ କରାଯାଇଥିବା କ୍ରୁଟ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସେପଟେ ଏଣିକି ପ୍ରତିଦିନ ମଦ୍ୟପାନ ପରୀକ୍ଷଣ କରାଯିବ ଏବଂ ଧରାପଡ଼ିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ କ୍ରୁଟ୍ କହିଛି। ମଦ୍ୟପାନ କରି ଗାଡ଼ି ଚଳାଉଥିବାବେଳେ ଧରାପଡ଼ିଥିଲେ ଡ୍ରାଇଭିଂ ଲାଇସେନ୍ସକୁ ୬ ମାସ ପାଇଁ ରଦ୍ଦ କରାଯିବ। ଏପରିକି ଅନ୍ୟ କୌଣସି ସ୍ଥାନରେ ବି ଗାଡ଼ି ଚଳାଇବାକୁ ସଂପୃକ୍ତ ଡ୍ରାଇଭରଙ୍କୁ ଅନୁମତି ମିଳିବନି ବୋଲି କହିଛି କ୍ରୁଟ୍।ବିଭିନ୍ନ ସମୟରେ ‘ମୋ ବସ୍’ ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁ ନାନା ଦୁର୍ଘଟଣା ଘଟୁଥିବା ଅଭିଯୋଗ ଆସୁଛି। ଏପରିକି ଧନଜୀବନ ବି ଯାଉଛି। ବାରମ୍ବାର ଏଭଳି ଅଘଟଣ ପରେ କ୍ରୁଟ୍ ଆକ୍ସନ ମୋଡକୁ ଆସିଥିବା କୁହାଯାଉଛି।ଏହାସହ ‘ମୋ ବସ୍’ରେ ଲାଗିବ ସ୍ପିଡ୍ ଗଭର୍ଣ୍ଣର। ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି। ପ୍ରତି ‘ମୋ ବସ୍’ର ସ୍ପିଡ୍ ୪୦ରୁ କମ୍ ରହିବ। ବେପରୁଆ ଗାଡ଼ି ଚାଳନା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *