ଜମ୍ମୁ-କଶ୍ମୀର ବିଧାନସଭାରେ ହଙ୍ଗାମା

ବିଧାନସଭାରେ ହଙ୍ଗାମା, ବିଧାୟକଙ୍କୁ ଟାଣିନେଲେ

ଜମ୍ମୁ-କଶ୍ମୀରକୁ ୩୭୦ ଫେରାଇ ଆଣିବା ପାଇଁ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭାରେ ସଂକଳ୍ପନାମା ପାରିତ ହେବାର ଦିନକ ପରେ ଗୃହରେ ହାଇଡ୍ରାମା ଦେଖିବାକୁ ମିଳିଛି। ଆଜି ଗୃହରେ ପୁଣି ଥରେ ଏକ ବଡ଼ ଧରଣର ଗଣ୍ଡଗୋଳ ହୋଇଥିଲା। ମାର୍ଶଲ ଇଞ୍ଜିନିୟର ରସିଦଙ୍କ ଭାଇ ତଥା ଆୱାମୀ ଇତେହାଦ ପାର୍ଟି ବିଧାୟକ ଖୁର୍ସିଦ ଶେଖଙ୍କୁ ଟାଣି ନେଇଥିଲେ। ଗୃହରେ ଧାରା ୩୭୦ ବିରୋଧରେ ଆଣିଥିବା ପ୍ରସ୍ତାବକୁ ବିଜେପି ନିରନ୍ତର ବିରୋଧ କରୁଛି। ଆଜି ଉତ୍ତେଜନା ଆରମ୍ଭ ହେବା ପରେ ପିଡିପି ବିରୋଧରେ ସ୍ଲୋଗାନ ଦିଆଯାଇଥିଲା। ଅଧିବେଶନ ଆରମ୍ଭ ହେବା ମାତ୍ରେ ବିଜେପି ବିଧାୟକମାନେ ଠିଆ ହୋଇ ପିଡିପି ଏବଂ ବାଚସ୍ପତିଙ୍କ ବିରୋଧରେ ସ୍ଲୋଗାନ ଦେଇ ବିରୋଧ ଆରମ୍ଭ କରିଥିଲେ। ଏହି ପ୍ରସଙ୍ଗରେ ବିରୋଧୀ ବିଜେପି ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଯାଇ ପ୍ରବଳ ହଟ୍ଟଗୋଳ କରିଥିଲେ। ସେମାନେ ଉକ୍ତ ସଙ୍କଳ୍ପନାମାକୁ ବେଆଇନ ଦର୍ଶାଇ ଏହାକୁ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ। ତେବେ ଗୃହରେ ଗୃହୀତ ହୋଇସାରିଥିବା କୌଣସି ପ୍ରସ୍ତାବକୁ ପ୍ରତ୍ୟାହାର କରିବା ପାଇଁ ବାଚସ୍ପତି ତାଙ୍କ ନିକଟରେ କ୍ଷମତା ନ ଥିବା କହିଥିଲେ। ଏଥିସହ ବିଜେପି ସଦସ୍ୟଙ୍କୁ ଗୃହରୁ ହଟାଇବା ପାଇଁ ମାର୍ଶଲଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Leave a Reply

Your email address will not be published. Required fields are marked *