କୋରେଇରେ କାହାର କଟିବ ପତା, କିଏ ପିନ୍ଧିବ ମୁକୁଟ ?

2024 ନିର୍ବାଚନ ପାଇଁ ତାତି ବଢିଲାଣି, ଆଉ ଏହାସହ ଆଶାୟୀଙ୍କ ମନରେ ଛନକା ମଧ୍ୟ ପଶିଲାଣି । ଦଳୀୟ ସୁପ୍ରିମୋ କାହାକୁ ଟିକେଟ ଦେବେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ଲାଇମଲାଇଟକୁ ଆସିଛି ଉପକୂଳ ଓଡିଶାର ଆଉ ଏକ ହାଇଭୋଲଟେଜ ବିଧାନସଭା ନିର୍ବାଚନମଣ୍ଡଳୀ କୋରେଇ । ଅଣକଂଗ୍ରେସ ଦୁର୍ଗ ଭାବେ ପରିଚିତ କୋରେଇ ନିର୍ବାଚନମଣ୍ଡଳୀ ଉପରେ ଏଥର ରାଜ୍ୟ ରାଜନୀତିର ହେଭିୱେଟ ନେତାଙ୍କ ନଜର ।

୧୯୭୪ ମସିହାର 2024 ମଧ୍ୟରେ 12 ଟି ନିର୍ବାଚନ ହୋଇଛି। ୨୦୧୪ ଅଭିନେତା ଆକାଶଙ୍କୁ ନେତା ସଜାଇଥିଲେ କୋରେଇବାସୀ । ବିଜେଡି ଟିକେଟରେ ବିଜୟୀ ହୋଇ ଗଡ ରକ୍ଷା କରିଥିଲେ ଆକାଶ । ତେଣୁ ପୁଣିଥରେ ଏହି ଆସନରେ ବିଜେଡି ଟିକେଟରୁ ନିର୍ବାଚନ ଲଢିବାକୁ ଆଶା ବାନ୍ଧିଛନ୍ତି ଆକାଶ । ତେବେ ଆକାଶଙ୍କ ପାଇଁ ଟିକେଟ ପାଇବା ଏତେ ସହଜ ହେବନି । କାରଣ ଏଥର ବିଜେଡିରେ ଅନ୍ୟ ଦଳ ଅପେକ୍ଷା ଆଶାୟୀଙ୍କ ସଂଖ୍ୟା ଅଧିକ ।

ପୂର୍ବତନ ବିଧାୟକ ଅଶୋକ ବଳ ପୁଣି ଥରେ ରିପିଟ ହେବେ ବୋଲି ତାଙ୍କ ସମର୍ଥକମାନେ ଆଶା ରଖିଛନ୍ତି । ତେଣୁ ଆକାଶଙ୍କ ଆଶା କେତେ ପୂରଣ ହେଉଛି ତାହା ପ୍ରାର୍ଥୀ ତାଲିକା ପ୍ରକାଶ ହେବା ପରେ ହିଁ ସ୍ପଷ୍ଟ ହେବ । ବର୍ତ୍ତମାନ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଆକାଶଙ୍କୁ ମୋ କଲେଜ ଅଭିଯାନର ଦାୟିତ୍ବ ଦେଇ ସନ୍ତୁଷ୍ଟ କରିଛନ୍ତି । ମାତ୍ର ପୁଣି ଥରେ ଟିକେଟ ପାଇବା ପାଇଁ ସେ ଆଶାବାଦୀ । ଅନ୍ୟପଟେ କୁହାଯାଉଛି ଯଦି ଆକାଶଙ୍କୁ ଟିକେଟ ନମିଳେ ତେବେ ସେ ପଦ୍ମ ଧରିବେ । ଏନେଇ କୌଣସି ସ୍ପଷ୍ଟ ସୂଚନା ନଥିଲେ ବି ରାଜନୀତିଜ୍ଞଙ୍କ ମଧ୍ୟରେ ଜୋର ଧରିଛି ଚର୍ଚ୍ଚା ।

ଏହାଛଡା ୨୦୧୪ ନିର୍ବାଚନରେ ୪୨ ହଜାର ୮୬୭ ଭୋଟ ବ୍ୟବଧାନରେ ଆକାଶ ନିକଟତମ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସ ପ୍ରାର୍ଥୀ ବିଶ୍ବଜିତ ନାୟକଙ୍କୁ ହରାଇଥିଲେ। ସେତେବେଳେ ଆକାଶ ଶିବିରର ଅନ୍ୟତମ ମାର୍ଗଦର୍ଶକ ଭାବେ ବବି କାମ କରୁଥିଲେ। କିନ୍ତୁ ଏଥର କୁହାଯାଉଛି ଖୋଦ୍ ବବି ଦାସ ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢିପାରନ୍ତି । ତେଣୁ ଭୋଟର ଓ ବିଜେଡି ନେତାଙ୍କ ମଧ୍ୟରେ ରହିଛି ବିଗ୍ କନଫ୍ୟୁଜନ । ଅଣକଂଗ୍ରେସ ଗଡରେ ବିଜେଡି ଟିକେଟରୁ ନିର୍ବାଚନ ଜିତିବା ସମ୍ଭାବନା ଅଧିକ ଥିବାରୁ ଏହି ଆସନ ଉପରେ ଏବେ ଶାସକଦଳର ହେଭିୱେଟ ପ୍ରଣବ ପ୍ରକାଶ ଦାସଙ୍କର ନଜର ରହିଛି । ପୂର୍ବରୁ ଏହି ନିର୍ବାଚନମଣ୍ଡଳୀଟି ସ୍ବର୍ଗତ ଅଶୋକ ଦାସଙ୍କ ହସ୍ତମୁଦି ଭଳି ଥିବାରୁ ତାଙ୍କ ସୁପୁତ୍ର ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ପ୍ରଭାବ ମଧ୍ୟ ଏଠାରେ ରହିଛି।

ଶାସକ ଦଳରେ ବବିଙ୍କ ଦବଦବା ଥିବାରୁ ତାଙ୍କ କ୍ୟାମ୍ପରୁ ଯେକେହି ବି ଏଠାରେ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ପାଇଥିଲେ। ଏବେ ସେ ବିଜେଡିରେ। ବବିଙ୍କ ନିକଟତର ମଧ୍ୟ ହୋଇଛନ୍ତି। ବବିଙ୍କ ଆଶୀର୍ବାଦ ତାଙ୍କ ଉପରେ ଥିବା କୁହାଯାଉଛି । ପ୍ରାର୍ଥୀଙ୍କୁ ନେଇ ଏନେକ କନଫ୍ୟୁଜନ ଥିବା ଏହି ନିର୍ବାଚନମଣ୍ଡଳୀରେ କିନ୍ତୁ ଅଶୋକ ବଳଙ୍କ ଶାସନକୁ ପୁରିଛି 4 ବର୍ଷ । ଏହି ଅବସରରେ ତାଙ୍କ କର୍ମୀମାନେ ତାଙ୍କୁ ଫୁଲ ତୋଡା ଦେଇ ଶୁଭେଚ୍ଛା ଜଣାଇବା ସହ ସେ ପୁଣି ଥରେ ଟିକେଟ ପାଇବେ ଓ ବିଜୟ ପରେ ଲୋକଙ୍କ ସେବା କରିବେ ବୋଲି ଆଶା ବନ୍ଧି ବସିଛନ୍ତି । ବର୍ଷା ଯୁଆଡେ ଛତା ସିଆଡେ ପରି ଏଥର ଟିକେଟ ଆଶାରେ ଦଳ ବଦଳାଉଛନ୍ତି ନେତା ନା ସୁପ୍ରିମୋ କରୁଛନ୍ତି ଥଇଥାନ ତାହା ଦେଖିବାକୁ ଅପେକ୍ଷାରେ କୋରେଇବାସୀ ।