ବୁଲଡୋଜର ଚଢାଇଥିବା ଘର ପାଇଁ ଦିଅ ୨୫ ଲକ୍ଷ କ୍ଷତିପୂରଣ
ଯୋଗୀ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଛାଟ । ବୁଲଡୋଜର କାର୍ଯ୍ୟାନୁଷ୍ଠାନ ନେଇ ବର୍ଷିଲେ ସର୍ବୋଚ୍ଚ ନ୍ୟାୟାଳୟ । କହିଲେ, ଯାହା ଘର ଉପରେ ବୁଲଡୋଜର ଚଢାଉଛ, ତାକୁ ୨୫ ଲକ୍ଷ କ୍ଷତିପୂରଣ ଦିଅ । ଏହି ମାମଲାରେ ମୁଖ୍ୟ ବିଚାରପତି କହିଛନ୍ତି ଯେ ଘର ଭାଙ୍ଗିବା ସମୟରେ କୌଣସି ପ୍ରକ୍ରିୟା ପାଳନ କରାଯାଇ ନାହିଁ । ଏନେଇ କୌଣସି ନୋଟିସ୍ ଜାରି କରାଯାଇ ନ ଥିବା ଖୋଦ ସରକାରଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ କୁହାଯାଇଛି। କେବଳ ଏତିକି ନୁହେଁ ୟୁପି ସରକାରଙ୍କ କାର୍ଯ୍ୟ ମନମୁଖୀ । ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚି ହଠାତ ଘର ଭାଙ୍ଗିଦେବା ଉଚିତ ନୁହେଁ । ରାସ୍ତା ପ୍ରଶସ୍ତିକରଣ ବେଳେ ମଧ୍ୟ ସମାନ ଘଟଣା ଘଟୁଛି । ଲୋକଙ୍କୁ ଘର ଛାଡ଼ିବାକୁ ସମୟ ଦିଆଯାଉ ନାହିଁ । ଏଣୁ ରାସ୍ତା ପ୍ରଶସ୍ତିକରଣ ଏକ ବାହାନା ବୋଲି ମନେହେଉଛି ବୋଲି କୋର୍ଟ କହିଛନ୍ତି ।