୨୦ଟଙ୍କାରେ ମିଲ୍ସ ଓ ୩ଟଙ୍କାରେ ପାଣି ପାଇବେ ରେଳଯାତ୍ରୀ

ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ପ୍ରାୟତଃ ଯେଉଁମାନେ ଯେଉଁମାନେ ଦୂର ଯାତ୍ରା କରୁଛନ୍ତି ତାହା ପୁଣି ସାଧାରଣ ବା ଜେନେରାଲ ବଗିରେ ମୁଖ୍ଯତଃ ସେମାନେ ଏହି ସୁବିଧାର ସିଧାସଳଖ ଫାଇଦା ଉଠାଇପାରିବେ । ଜେନେରାଲ କୋଚ୍‌ରେ ଯାତ୍ରା କରୁଥିବା ଲୋକଙ୍କୁ ଶସ୍ତାରେ ମିଳିବ ମିଲ୍‌ ଓ ପାଣି ବୋତଲ। ଯାହା ଭାରତୀୟ ରେଳବାଇ ପକ୍ଷରୁ ଧାର୍ଯ୍ୟ କରାଯାଇଛି।

ତେବେ ରେଳବାଇ ପକ୍ଷରୁ ଜେନେରାଲ କୋଚ୍‌ରେ ଯାତ୍ରା କରୁଥିବା ଲୋକଙ୍କୁ ୨୦ ଟଙ୍କାରେ ମିଲ୍‌ ଓ ୩ ଟଙ୍କାରେ ୨୦୦ ମିଲି ଲିଟର୍‌ର ପାଣି ଯୋଗାଇ ଦିଆଯିବ। ଏହାବାଦ ଜେନେରାଲ କୋଚ୍‌ ଯାତ୍ରୀଙ୍କ ପାଇଁ ୫୦ ଟଙ୍କିଆ ମିଲ୍‌ର ବ୍ୟବସ୍ଥା ମଧ୍ୟ ରହିଛି। ଆଇଆରସିଟିସି ପକ୍ଷରୁ ଏପରି ଶସ୍ତାରେ ମିଲ୍‌ ଲୋକଙ୍କୁ ଯୋଗାଇ ଦିଆଯିବ। ପ୍ଲାଟଫର୍ମରେ ଜେନେରାଲ କୋଚ୍‌ ଲାଗୁ ଥିବା ସ୍ଥାନରେ ହିଁ ମିଲ୍‌ ଯୋଗାଣ ବ୍ୟବସ୍ଥା କରାଯିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି।

ତେବେ ଜାଣିବାକୁ ଚାହୁଁଛନ୍ତି କି ରେଳବାଇ ପକ୍ଷରୁ ଧାର୍ଯ୍ୟ ହୋଇଥିବା ଏହି ୨୦ ଟଙ୍କିଆ ଓ ୫୦ ଟଙ୍କିଆ ମିଲ୍ସରେ କଣ କଣ ରହିଛି । ତେବେ ଆଇଆରସିଟିସି ସୂଚନା ଅନୁସାରେ ୨୦ ଟଙ୍କିଆ ମିଲ୍‌ରେ ୭ଟି ପୁରୀ, ୧୫୦ ଗ୍ରାମର ଆଳୁ ଭଜା ଓ ଗୋଟିଏ ଖଟା ରହିବ। ଏପରି ବ୍ୟବସ୍ଥା ଏବେ ଉତ୍ତର ପଶ୍ଚିମର ବିଭିନ୍ନ ରେଳ ଷ୍ଟେସନ ଯଥା ଫୁଲେରା, ରେୱାରୀ, ଆଜମେର, ଅବୁ ରୋଡ, ନାଗାଉର, ଜୟପୁର, ଅଲୱର ଓ ଉଦୟପରରେ ରହିଥିବା ବେଳେ ଏବେ କିନ୍ତୁ ବିଭିନ୍ନ ଷ୍ଟେସନରେ ଏପରି ଶସ୍ତା ମିଲ୍‌ର ବ୍ୟବସ୍ଥା କରାଯିବ। ସେହିପରି ୫୦ ଟଙ୍କିଆ ମିଲ୍‌ରେ ଯାତ୍ରୀମାନେ ନିଜ ଇଚ୍ଛାରେ ଯେ କୌଣସି ଖାଦ୍ୟର ମଜା ଉଠାଇ ପାରିବେ। ଏଥିରେ ରାଜମା-ଭାତ, ଖେଚୁଡୁ, ଛୋଲେ କୁଲଚେ, ଛୋଲେ ବଟୁରେ, ପାୱଭାଜି କିମ୍ବା ମସଲା ଦୋଷାର ବିକଳ୍ପ ରହିଛି। ସେହିପରି ଯାତ୍ରୀମାନଙ୍କୁ ଏହି କାଉଣ୍ଟର୍‌ରେ ୩ ଟଙ୍କାରେ ପାଣି ମିଳିବ।