‘ଅଳ୍ପ ଦିନ ମଧ୍ୟରେ କ୍ଷମତାକୁ ଫେରିବ ବିଜେଡି’
ବିଜେଡି ଜନସମ୍ପର୍କ ପଦଯାତ୍ରରେ ବଡ଼ ବୟାନ ଦେଇଛନ୍ତି ବିଜେଡି ରାଜ୍ୟସଭା ସାଂସଦ ମୁନ୍ନା ଖାନ୍ । ବିଜେଡି ସାଂସଦଙ୍କ ଏହି ବୟାନ ପରେ ଏବେ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି । ସେ କହିଛନ୍ତି, ବିଜେଡି ଅଳ୍ପ ଦିନ ମଧ୍ୟରେ କ୍ଷମତାକୁ ଫେରିବ । ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ି ୨୨ ନେତା ବିଜେପିରେ ଯୋଗ ଦେଇଥିଲେ, ସେମାନେ ଏବେ ବିଧାୟକ ହୋଇଛନ୍ତି । ସେଥିରୁ ୧୪ ବିଧାୟକ ଏବେ ବିଜେଡି ଲିଙ୍କ୍ରେ ଅଛନ୍ତି, ତେଣୁ ବିଜେଡି କ୍ଷମତାକୁ ଫେରିବା ରାସ୍ତା ଖୋଲୁଛି ବୋଲି କହିଛନ୍ତି ମୁନ୍ନା ଖାଁ । ସୂଚନା ଅନୁସାରେ ଗତକାଲି ନବରଙ୍ଗପୁରରେ ବିଜେଡି ଜନସଂପର୍କ ପଦଯାତ୍ରାରେ କର୍ମୀଙ୍କୁ ସମ୍ବୋଧନ କରି ଏଭଳି ଦମ୍ଭୋକ୍ତି କରିଛନ୍ତି ରାଜ୍ୟସଭା ସାଂସଦ ମୁନା ଖାନ୍ । ତାସହ ଆହୁରି ମଧ୍ୟ କହିଛନ୍ତି- ଏବେ ବି ୯୦ ପ୍ରତିଶତ ବ୍ଲକ ଏବଂ ଜିଲ୍ଲା ପରିଷଦ ବିଜେଡି ଦଖଲରେ ଅଛି, ତେଣୁ ଏବେ ନିର୍ବାଚନ ହେଲେ ଆମେ ଶହେ ସିଟ୍ ଜିତିବୁ ।ସେପଟେ ବିଜେଡି ସାଂସଦ ମୁନ୍ନା ଖାନଙ୍କ ଏହି ମନ୍ତବ୍ୟ ଉପରେ କଡ଼ା ପ୍ରତିକ୍ରିୟା ରଖିଛି ବିଜେପି । ନବରଙ୍ଗପୁର ବିଧାୟକ ଗୌରଶଙ୍କର ମାଝୀ କହିଛନ୍ତି-ରାଜ୍ୟସଭା ସାଂସଦ ମୁନ୍ନା ଖାନଙ୍କର ଏହା ଏକ ମିଡିଆ ଷ୍ଟଣ୍ଟ । ଯଦି ନବରଙ୍ଗପୁର ପାଇଁ ତାଙ୍କର ସ୍ନେହ, ଶ୍ରଦ୍ଧା, ଆନ୍ତରିକତା ଥାଆନ୍ତା । ସେ ଖୋର୍ଦ୍ଧା ଜିଲ୍ଲାକୁ ନୋଡାଲ ଜିଲ୍ଲା ନେଇନଥାନ୍ତେ । ଲାଷ୍ଟ ବେଳକୁ ସେ ନବରଙ୍ଗପୁରକୁ ନୋଡାଲ ଜିଲ୍ଲା ନେଇଛନ୍ତି । ସେ ନିଜର ହେବା ପାଇଁ ଏଭଳି ବିବୃତ୍ତି ରଖୁଛନ୍ତି । କିନ୍ତୁ ଲୋକମାନେ ଜାଣିଛନ୍ତି, ଏହି କଥାକୁ ଲୋକମାନେ ଗ୍ରହଣ କରିବେନି ।