ଜୁଲାଇ ୨୩ରେ ଖୋଲିବ ହୀରାକୁଦ ଗେଟ୍

ବଢ଼ୁଛି ହୀରାକୁଦ ଜଳସ୍ତର

ହୀରାକୁଦ ଛାଡ଼ିବ ଚଳିତବର୍ଷର ପ୍ରଥମ ବନ୍ୟାଜଳ । ଜୁଲାଇ ୨୩ରେ ଖୋଲିବ ହୀରାକୁଦ ଡ୍ୟାମର ଗେଟ୍ । ଆସନ୍ତା ରବିବାର ସକାଳ ୯ଟାରେ ପୂଜାର୍ଚ୍ଚନା ପରେ ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହେବ । ଏଥିପାଇଁ ସତର୍କତା ଜାରି କରିଛନ୍ତି ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢୁଛି । ତେବେ ପ୍ରଥମ ବନ୍ୟାଜଳ ଛଡାଯିବା ପରେ ଅଧିକ ବର୍ଷା ହେଲେ ବିଭିନ୍ନ ନଦୀର ଜଳସ୍ତର ବଢିବାର ସମ୍ଭାବନା ରହିଛି ।