ଲତିକା ପ୍ରଧାନଙ୍କ ବିସ୍ଫୋରକ ବୟାନ

‘ରଞ୍ଜିତା କରୁଛନ୍ତି ଦଳ ବିରୋଧୀ କାର୍ଯ୍ୟ’

ଗଞ୍ଜାମ ବିଜେଡିରେ ବଡ଼ ହଲଚଲ୍ । ସାଂଘାତିକ ଅଭିଯୋଗ ଆଣିଲେ ପୂର୍ବତନ ବିଧାୟିକା ଲତିକା ପ୍ରଧାନ । ସେ କହିଛନ୍ତି ଆସ୍କାର ବିଜେଡି ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁ ନିର୍ବାଚନ ସମୟରେ ବିଭୀଷଣ ଭୂମିକା ନେଇଥିଲେ । ବେଇମାନୀ କରିବା ସହିତ ଗତ ନିର୍ବାଚନରେ ବିଜେପି ସହ ସାଲିସ୍ କରି କାମ କରିଥିଲେ । ଏବେ ମଧ୍ୟ ସେହି କାମ କରୁଛନ୍ତି । ଦଳର ସଭାପତିଙ୍କୁ ଭେଟି ଏ ସଂପର୍କରେ ଅବଗତ କରିଛି ବୋଲି ଲତିକା କହିଛନ୍ତି । ଏହା ବି କହିଛନ୍ତି ରଞ୍ଜିତା ମୋ ନିର୍ବାଚନ ମଣ୍ଡଳୀ କବିସୂର୍ଯ୍ୟନଗର ସମେତ ଆସ୍କା ସଂସଦୀୟ କ୍ଷେତ୍ରରେ ଦଳ ବିରୋଧୀ କାମ କରିଛନ୍ତି । ଯଦି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହୁଏ ତାହାଲେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ । ସେପଟେ ଲତିକା ପ୍ରଧାନଙ୍କ ଆରୋପ ନେଇ ରଂଜିତା ସାହୁ ପ୍ରତିକ୍ରିୟା ଦେଇଛନ୍ତି ।ସେ କହିଛନ୍ତି, ସେଭଳି କିଛି ନାହିଁ, ଦଳ ଭିତର କଥା, ସୁପ୍ରିମୋଙ୍କୁ ଜଣାଇବୁ । ବିଜେପି ସହ ମିଶିଥିବା ଆରୋପକୁ ଖଣ୍ଡନ କଲେ ରଂଜିତା ।

Leave a Reply

Your email address will not be published. Required fields are marked *