ବଦଳିବ ରେରା ଆଇନ
ରାଜ୍ୟରେ ରେରା ଆଇନର ପରିବର୍ତ୍ତନ ହେବ। ଅସୁବିଧା ସମୟରେ ସମସ୍ତ ଜମି ବିକ୍ରି କରିବାର ଆବଶ୍ୟକତା ନାହିଁ । ଜମିର କିଛି ଅଂଶ ବିକ୍ରି କରିପାରିବେ ଲୋକେ । ସେନେଇ ରେରାର ଆବଶ୍ୟକତା ନହେବା ନେଇ ଆଲୋଚନା ହେବ । ବିଭାଗ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ । ଏନେଇ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ସମ୍ବଲପୁରରେ ପ୍ରତିକ୍ରିୟା ରଖିଛନ୍ତି। ରାଜସ୍ଵ ମନ୍ତ୍ରୀ ଦଲାଲମାନଙ୍କୁ ସ୍ପଷ୍ଟ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ, କାମ ନଥାଇ ବାରମ୍ବାର ଅଫିସକୁ ଆସିଲେ ଦଲାଲ ବୋଲି ଧରାଯିବ । ସିସିଟିଭି ଫୁଟେଜ ଆଧାରରେ ଫଟୋ ଚିହ୍ନଟ କରି ଡିଏସଆର୍ ଅଫିସ କାନ୍ଥରେ ଲଗାଯିବ । ସେହିପରି ମନ୍ଦ ଉଦ୍ଦେଶ୍ୟ ରଖି ସେବା ଦେବାରେ ଅବହେଳା କଲେ ଓ ପ୍ରମାଣ ମିଳିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ। ଲୋକଙ୍କୁ ରାଜସ୍ଵ ସେବା ଦେବାରେ ଅବହେଳା କଲେ କାର୍ଯ୍ୟାନୁଷ୍ଠାନ ହେବ।