ମୁଁ ବିଜେଡିରେ ନାହିଁ’ ଅମର ଶତପଥୀ
ଲେନିନଙ୍କ ପ୍ରତିକ୍ରିୟା ପରେ ବିସ୍ଫୋରକ ବୟାନ ଦେଇଛନ୍ତି ଅମର। ବିଜେଡିରେ ନାହାଁନ୍ତି ବୋଲି ବଡ଼ ମନ୍ତବ୍ୟ ଦେଇଛନ୍ତି ଅମର ଶତପଥୀ। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅମର କହିଛନ୍ତି. ମୁଁ ବିଜେଡିରେ ନାହିଁ, ମୁଁ ଏବେ ସ୍ବାଧୀନ । ସଭ୍ୟ ସଂଗ୍ରହ ଅଭିଯାନରେ ମୁଁ ମୋ ସଭ୍ୟପଦ ନବୀକରଣ କରିନି। ଦିନ ଥିଲା ମୁଁ ବିଜେଡିରେ ଟିକେଟ ବାଣ୍ଟୁଥିଲି। ଏବେ କିନ୍ତୁ କିଛି ଦିନ ହେଲା ମୁଁ ସକ୍ରିୟ ରାଜନୀତିରୁ ନିବୃତ ରହିଛି। ଲେନିନ୍ଙ୍କ ଅପରିପକ୍ବତା ପ୍ରତି ମୋର ଦୟା ଆସୁଛି ବୋଲି କହିଛନ୍ତି ଅମର । ବିଜେପିକୁ ପୁତୁରା ଯିବା ପ୍ରସଙ୍ଗରେ ସେ କହିଛନ୍ତି, ମୋ ପୁତୁରା କେହି ବିଜେପିକୁ ଯାଇନାହାନ୍ତି, ସେ ନାଁ କହିଲେ ଭଲ ହେବ। ବିଜେପି ସହ ଅନେକ ଦଳ ମୋ ସହ ଯୋଗାଯୋଗରେ ଅଛନ୍ତି। ମୁଁ କିନ୍ତୁ ଏବେ ସକ୍ରିୟ ରାଜନୀତିରୁ ନିବୃତ ରହିଛି ବୋଲି ଅମର ସ୍ପଷ୍ଟ କରିଛନ୍ତି।