ବିଜେଡି ଛାଡ଼ି ପଳାନ୍ତୁ ଆମର: ଲେନିନ୍
ବଢ଼ିଲା ବିଜେଡି କନ୍ଦଳ। ଅମରଙ୍କୁ ବିଜେଡି ଛାଡ଼ି ପଳାଇବାକୁ କହିଲେ ଲେନିନ୍ ମହାନ୍ତି। ବରିଷ୍ଠ ନେତା ଅମର ଶତପଥିଙ୍କ ବିସ୍ଫୋରକ ବୟାନ ପରେ ଲେନିନ୍ ଅମରଙ୍କୁ ଏପରି କହିଛନ୍ତି। ଦୁଇଦିନ ତଳେ ଅମର ଶତପଥି ଦଳର ପରାଜୟ ପାଇଁ ନବୀନ ପଟ୍ଟନାୟକଙ୍କୁ ଦାୟୀ କରିଥିଲେ। ନିର୍ବାଚନ ବିଜୟ ସମୟରେ ଯଦି ନବୀନ ଶ୍ରେୟ ନେଉଥିଲେ ତାହେଲେ ପରାଜୟର ଦାୟିତ୍ବ ବି ସେ ମୁଣ୍ଡାଇବେ ବୋଲି କହିଥିଲେ। ଏହାର ଜବାବରେ ଲେନିନ୍ କହିଛନ୍ତି, ଯାହାଙ୍କୁ ଦଳରେ ଅଣନିଃଶ୍ବାସୀ ଲାଗୁଛି, ଛାଡ଼ି ପଳାଇଲେ ଭଲହୁଅନ୍ତା। ସେ ତ ନିଜ ପୁତୁରାଙ୍କୁ ଆଗରୁ ବିଜେପିକୁ ଛାଡ଼ିଛନ୍ତି, ଏବେ ନିଜେ ପଳାନ୍ତୁ । ଦଳ ତାଙ୍କୁ ୬ ଥର ବିଧାୟକ କରିଛି, ବିଭିନ୍ନ ପଦ ପଦବୀ ଦେଇଛି। ତା ପରେ ଯଦି ତାଙ୍କୁ ଅଣନିଃଶ୍ବାସୀ ଲାଗୁଛି, ଛାଡ଼ି ପଳାଇଲେ ଭଲ ହେବ।ସେ ଚାଲିଗଲେ ଦଳର ପଇସାଟିଏର କ୍ଷତି ହେବ ନାହିଁ କହିଲେ ଲେନିନ୍। ଯେଉଁମାନେ ଦଳରୁ ଡେଇଁଛନ୍ତି, ସେମାନେ ବିଜେପି ସଂପର୍କରେ ଥିଲେ। ସେ ବିଜେପିକୁ ଯାଉନାହାନ୍ତି, ବିଜେପି ତ ତାଙ୍କୁ ପ୍ରଧାନମନ୍ତ୍ରୀ କରିଦେବନି।ଯେଉଁମାନେ ବିଜେପି ଯାଇଛନ୍ତି, ସେମାନେ ସେଠି କଣ ପାଇଛନ୍ତି ବୋଲି ପ୍ରଶ୍ନ କରିବା ସହ ଯେଉଁମାନେ ବି ଯିବାକୁ ଚାହୁଁଛନ୍ତି ଯାଆନ୍ତୁ, ବିଜେଡି ଆହୁରି ସୁଦୃଢ଼ ହେବ ବୋଲି ଲେନିନ କହିଛନ୍ତି।