ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏକା ଲଢ଼ିବା ଆପ୍
କଂଗ୍ରେସକୁ ଲାଗିଛି ବଡ଼ ଝଟ୍କା। ଦିଲ୍ଲୀ ବିଧାନସଭା ନିର୍ବାଚନ ଏକାକୀ ଲଢିବ ଆମ ଆଦମୀ ପାର୍ଟି। ଅରବିନ୍ଦ କେଜରିୱାଲ ଇଣ୍ଡିଆ ମେଣ୍ଟର ସଦସ୍ୟ ହୋଇଥିଲେ ମଧ୍ୟ ଆଗାମୀ ନିର୍ବାଚନରେ ଏକାକୀ ଲଢିବେ ବୋଲି ଘୋଷଣା କରିଛନ୍ତି। ଏହା ପୂର୍ବରୁ କଂଗ୍ରେସ ସହ ମେଣ୍ଟ କରି ଏଏପି ଦିଲ୍ଲୀରେ ଲୋକ ସଭା ନିର୍ବାଚନ ଲଢିଥିଲା।କହିରଖୁଛୁ କି, ହରିୟାଣାରେ ଉଭୟ କଂଗ୍ରେସ ଓ ଏଏପିକୁ ଝଟକା ଲାଗିଛି। କଂଗ୍ରେସ ହରିୟାଣାରେ ବଡ଼ ପରାଜୟର ସମ୍ମୁଖୀନ ହୋଇଥିବାବେଳେ ଏଏପି ଖାତା ଖୋଲିବାକୁ ସକ୍ଷମ ହୋଇନାହିଁ। ହରିୟାଣାରେ ଦୁଇ ଦଳ ଏକାଠି ନିର୍ବାଚନ ଲିବାକୁ ଆଗ୍ରହ ଦେଖାଇଥିଲେ ହେଁ ସିଟ ଶେୟାରିଂ ନେଇ ବୁଝାମଣା ନ ହେବାରୁ ଉଭୟ ଅଲଗା ଅଲଗା ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।ହରିୟାଣା ଫଳାଫଳ ପରେ ଏଏପି ମୁଖପାତ୍ର ପ୍ରିୟଙ୍କା କାକ୍କର କହିଛନ୍ତି, ଏଏପି ଦିଲ୍ଲୀରେ କଂଗ୍ରେସ ସହ କୌଣସି ମେଣ୍ଟ କରିବ ନାହିଁ। ହରିୟାଣାରେ ଏଏପି ଓ ସମାଜବାଦୀ ପାର୍ଟିକୁ କଂଗ୍ରେସ ସିଟ ଛାଡି ନଥିଲା। ଲୋକ ସଭାବେଳେ ଉତ୍ତର ପ୍ରଦେଶ ଓ ଦିଲ୍ଲୀରେ ଦୁଇ ଦଳ କଂଗ୍ରେସକୁ ଅଧିକ ଆସନ ଛାଡିଥିଲେ। ତଥାପି ହରିୟାଣାରେ କଂଗ୍ରେସ ସିଟ ଛାଡିବାକୁ ରାଜି ହୋଇ ନଥିଲା। ଦଳ ବିଜୟ ନେଇ ଅଧିକ ଆତ୍ମବିଶ୍ୱାସ ଦେଖାଇଥିଲେ। ତେଣୁ ଦଳକୁ ଏବେ ହାରିବାକୁ ପଡିଲା। ସେହିପରି ଏଏପି ସୁପ୍ରିମୋ ଅରବିନ୍ଦ କେଜରିୱାଲ କଂଗ୍ରେସକୁ ପରୋକ୍ଷରେ କଟାକ୍ଷ କରିଥିଲେ। ସେ କହିଥିଲେ ଯେ, ସବୁଠାରୁ ବଡ ଶିକ୍ଷା ହେଲା ନିର୍ବାଚନରେ ଜଣେ କେବେ ହେଲେ ହିଁ ଅତ୍ୟଧିକ ଆତ୍ମବିଶ୍ୱାସ ଦେଖାଇବା କଥା ନୁହେଁ।ସୂଚନାଥାଉ କି, କଂଗ୍ରେସ ହାରିବାର କାରଣ ଜାଟ ଭୋଟ କୁହାଯାଉଥିବାବେଳେ ରାଜନୈତିକ ବିଶେଷଜ୍ଞ ପରାଜୟର ସବୁଠାରୁ ବଡ଼ କାରଣ ଅନ୍ୟକିଛି କହୁଛନ୍ତି। ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି କି, ଯେଉଁ ଆସନଗୁଡିକରେ କଂଗ୍ରେସର ପରାଜିତ ହୋଇଛି ତା’ର ସବୁଠାରୁ ବଡ କାରଣ ହେଉଛି ଆମ ଆଦମୀ ପାର୍ଟି ପ୍ରାର୍ଥୀ।