ଡିଜେ ପରେ ପାରମ୍ପରିକ ବାଜା ମଧ୍ୟ ବନ୍ଦ

ଦୁର୍ଗା ପୂଜା ଭାସାଣିରେ ବାଜା ବି ବାଜିବନି

କମିଶନରେଟ ପୋଲିସ ଦୁର୍ଗାପୂଜା ପ୍ରସ୍ତୁତି ବୈଠକରେ ଭସାଣି କେଁ । ପ୍ରଥମେ ଡିଜେ ପରେ ଏବେ ପାରମ୍ପରିକ ବାଜା ଉପରେ କଟକଣାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ବିଭିନ୍ନ ପୂଜା କମିଟି । ପାରମ୍ପରିକ ବାଜା ଓ ସାଉଣ୍ଡକୁ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କଡାକଡି ଭାବେ ପାଳିବ କମିଶନରେଟ ପୋଲିସ । ଯେଉଁ ପୂଜା କମିଟି ନିୟମ ଉଲଂଘନ କରିବେ, ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ନେଇ ସ୍ପଷ୍ଟ କରିଛନ୍ତି କଟକ ଡିସିପି । ଯାହାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି କଟକ ପୂଜା କମିଟି ଓ ଶାନ୍ତି କମିଟି । ଡିଜେ ପରେ ପାରମ୍ପରିକ ବାଜା ଉପରେ କଟକଣା .. ୬୫ ଡେସିବିଲରୁ ଅଧିକ ଶବ୍ଦ ଉପରେ ରୋକ୍ । ନିୟମ ନମାନିଲେ ଜବତ ହେବ ବାଦ୍ୟଯନ୍ତ୍ର .. କଟକଣାକୁ ନେଇ ଅସନ୍ତୋଷ ଝାଡିଲେ ପୂଜା କମିଟି । କଟକ ଦୁର୍ଗା ପୂଜା ପ୍ରସ୍ତୁତି ବୈଠକରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କଡ଼ାକଡ଼ି ପାଳିବ ବୋଲି କହିଛି କମିଶନରେଟ୍ ପୋଲିସ । ଯାହାକୁ ନେଇ ଏବେ ତେଜିଛି ବିବାଦ । ପାରମ୍ପରିକ ବାଜାର ଶବ୍ଦ ୬୫ ଡେସିବିଲରୁ ଅଧିକ ହେଲେ ବାଦ୍ୟଯନ୍ତ୍ର ଜବତ ହେବ ।

ଏପରିକି ରାତି ୧୨ଟା ପରେ ଦୁଲୁଦୁଲି ଓ ତାଳମୂଳି ବାଜା ବାଜିପାରିବ ନାହିଁ ବୋଲି କହିଛନ୍ତି କଟକ ଡିସିପି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ନିୟମ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଲାଇସେନ୍ସ ରଦ୍ଧ ହେବ । ପୂଜା କମିଟି ମାନେ ଯଦିଓ ଡିଜେ ବ୍ୟାନ୍ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ମାତ୍ର ପାରମ୍ପରିକ ବାଜା ଉପରେ କଟକଣାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ।ରାତି ୧୦ଟା ଯାଏ ମାଇକ ବକ୍ସ ବଜାଇବାକୁ ନିୟମ ଥିବା ବେଳେ, ଏହାକୁ ରାତି ୧୨ଟା ଯାଏ ବୃଦ୍ଧି କରିବାକୁ ଦାବି କରିଛନ୍ତି । କେଉଁ କାଳରୁ ମାଆଙ୍କ ପୂଜାରେ ପାରମ୍ପରିକ ବାଜା ବାଜି ଆସୁଛି । ଡିଜେ ମୁକ୍ତ ଭସାଣି ଠିକ ହେଲେ ପାରମ୍ପରିକ ବାଦ୍ୟ ଉପରେ ନିୟମ କଡାକଡି କରିବା ଠିକ ନୁହେଁ ବୋଲି ପୂଜା କମିଟି ଓ ଶାନ୍ତି କମିଟି କହିଛି ।

Leave a Reply

Your email address will not be published. Required fields are marked *