କୌଣସି ମେଣ୍ଟରେ ନାହାନ୍ତି ଏହି ସବୁ ଦଳ

୨୦୨୪ରେ ବିରୋଧୀଙ୍କୁ ଲାଗିପାରେ ବଡ଼ ଝଟକା

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦେଶରେ ଏବେଠାରୁ ରାଜନୈତିକ ପାଣିପାଗ ସରଗରମ । ଉଭୟ ଶାସକ ଏନଡିଏ ମେଣ୍ଟ ଓ ବିରୋଧୀ ମେଣ୍ଟ ନିଜ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । କିନ୍ତୁ ଦେଶରେ ଏପରି କେତେକ ପ୍ରଭାବଶାଳୀ ଦଳ ଅଛନ୍ତି ଯେଉଁମାନେ ଉଭୟ ଏନଡିଏ ଓ ବିରୋଧୀ ଇଣ୍ଡିଆ ମେଣ୍ଟଠାରୁ ଦୂରେଇ ରହିଛନ୍ତି । ସେଗୁଡ଼ିକ ମଧ୍ୟରେ ସବୁଠାରୁ ବଡ଼ ନାମ ହେଉଛି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର। କେସିଆରଙ୍କ ଦଳ ବିଆରଏସ ବର୍ତ୍ତମାନ ତେଲେଙ୍ଗାନାରେ କ୍ଷମତାରେ ଥିବା ବେଳେ କଂଗ୍ରେସ ଏଠାରେ ବିରୋଧୀ ଦଳରେ ରହିଛି। ଏହି ବୈଠକରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଯୋଗ ଦେଇନଥିଲେ । ତେଣୁ ଏହି ଦଳ ଗୁଡିକ ଦୁଇଟି ଯାକ ମେଣ୍ଟଠାରୁ ଦୂରେଇ ରହିଛନ୍ତି।  ଏହାବ୍ୟତୀତ ବିଏସପିକୁ ମଧ୍ୟ ଏହି ବୈଠକ ପାଇଁ କୌଣସି ନିମନ୍ତ୍ରଣ ମିଳିନଥିଲା । ସେହିପରି ଅସଦୁଦ୍ଦିନ ଓଓ୍ବୈସି ମଧ୍ୟ ଏହି ବୈଠକରେ ଯୋଗ ଦେଇନଥିଲେ । ରାଜନୈତିକ ବିଶେଷଜ୍ଞଙ୍କ ମତରେ ଯଦି ବିରୋଧୀ ମାନେ ସମ୍ପୂର୍ଣ୍ଣ ଏକଜୁଟ ନ ହୁଅନ୍ତି ତେବେ ସେମାନଙ୍କ ଭୋଟର ମଧ୍ୟ ବିଭାଜିତ ହେବେ । ଏମାନଙ୍କ ମଧ୍ୟରୁ ଅଧିକାଂଶ ଦଳ ଆଞ୍ଚଳିକ। ସେମାନଙ୍କ କ୍ୟାଡର ଭୋଟ୍ ବ୍ୟାଙ୍କ ସମ୍ପୂର୍ଣ୍ଣ ଭିନ୍ନ। ଏଭଳି ସ୍ଥିତିରେ ବିଜେପି ପରିବର୍ତ୍ତେ ବିରୋଧୀ ମେଣ୍ଟ କ୍ଷତିଗ୍ରସ୍ତ ହେବ। ଓୱେସିଙ୍କ ଦଳ ଏଆଇଏମଆଇଏମ୍ ର ଏକ ଅଲଗା କ୍ୟାଡର ଭୋଟ୍ ବ୍ୟାଙ୍କ ରହିଛି। ଓଡିଶାରେ ବିଜେଡି ଓ ଆନ୍ଧ୍ରପ୍ରଦେଶରେ ୱାଇଏସଆର କ୍ଷମତାରେ ଅଛନ୍ତି । ତେଲେଙ୍ଗାନାରେ କେସିଆର କ୍ଷମତାରେ ଅଛନ୍ତି। ଏହି ତିନୋଟି ବଡ଼ ରାଜ୍ୟ ବିରୋଧୀଙ୍କ ଆଗମନ ବାହାରେ ରହିଛି। ଏଭଳି ସ୍ଥିତିରେ ବିରୋଧୀଙ୍କୁ ଏହି ସବୁ ରାଜ୍ୟରେ ପ୍ରବଳ କ୍ଷତି ସହିବାକୁ ପଡ଼ିପାରେ । ‘