ଲଗାଣ ବର୍ଷାରେ ଭାସୁଛି ମାଲକାନଗିରି !

ବିପଦରେ ମାଲକାନଗିରି, ଲଗାଣ ବର୍ଷା ଯୋଗୁ ବେହାଲ ହୋଇପଡ଼ିଛି ମାଲକାନଗିରିର ସ୍ଥିତି । କହିବାକୁ ଗଲେ ଲଗାଣ ବର୍ଷା ଯୋଗୁଁ ପରିସ୍ଥିତି ବଡ ଭୟଙ୍କର ହେବାରେ ଲାଗୁଛି । ଜିଲ୍ଲାର ଅନେକ ଅଞ୍ଚଳରେ ବର୍ଷା ପାଣି ଜମି ରହିଛି। NH ୩୨୬ର ପୋଟେରୁ ପୋଲ ଉପରେ ଆଣ୍ଠୁଏ ଉଚ୍ଚର ପାଣି ସୁଅ ଚାଲୁଛି। ସୁଅ ପ୍ରଖର ଥିବାରୁ ଲୋକେମାନେ ଯିବାଆସିବା ସମ୍ଭବପର ହେଉ ନାହିଁ। ଯାହାଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛିା ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ଯାନବାହନ ଅଟକି ରହିଛିା

MV 90 ଓ କାଙ୍କୋରକୁଣ୍ଡାରେ ବି ଜାତୀୟ ରାଜପଥ ଉପରେ ପାଣି ଚାଲୁଛିା ଏମଭି ୩୭ରେ ପାଣି ସୁଅ କାଟୁଥିବାରୁ ମାଲକାନଗିରିରୁ ବାଲିମେଳାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛିା ୩୨୬ ନମ୍ବର ଜାତୀୟ ରାଜପଥର ପୋଟେରୁ, MV 96, କକରକୋଣ୍ଡା ଏବଂ କନ୍ୟାଶ୍ରମ ସହ ସମସ୍ତ ପୋଲ ଉପରେ ୨ ରୁ ୩ ଫୁଟର ପାଣି ପ୍ରବାହିତ ହେଉଛି । ଫଳରେ ପୋଲର ଉଭୟ ପାର୍ଶ୍ବରେ ଯାନବାହନ ଅଟକି ରହିଛି ।

ମାଲକାନଗିରି ସହିତ କାଲିମେଳା ବ୍ଲକର କାଲିମେଳା, ଏମଭି ୭୯ ଓ ମୋଟୁକୁ ଯୋଗାଯୋଗ ବନ୍ଦ ରହିଛି । ଅନ୍ୟପଟେ କାଲିମେଳା ବ୍ଲକର କାଲିମେଳା ପଞ୍ଚାୟତ ଅନ୍ତର୍ଗତ ଫାର୍ମ କଲୋନୀ ଯିବା ବାଟର ପୋଲ ଉପରେ ମଧ୍ୟ ବର୍ଷା ପାଣି ଲହଡ଼ି ମାରୁଛି । ବଡିଗେଟା ଓ ତେଲେରାଇ ଗ୍ରାମ ପଞ୍ଚାୟତର କେତେକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସମସ୍ତ ବିଡିଓ ଓ ତହସିଲଦାରଙ୍କୁ ସତର୍କ ଦୃଷ୍ଟି ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଜଳସ୍ତର ବଢ଼ିଥିବା ନଦୀର ଦୁଇ ପାର୍ଶ୍ଵରେ ପୋଲିସ ମୁତୟନ ହୋଇଛନ୍ତି । ମାଲକାନଗିରିରେ ଦେଖିବାକୁ ମିଳିଛି ବନ୍ୟା ସ୍ଥିତି , ଯାହା କିଛି ଅଞ୍ଚଳକୁ ପୁରା ବିଚ୍ଛିନ୍ନ କରିଥିବା ଦେଖିବାକୁ ମିଳିଛି।