ଅମରେଶ-ବିରଞ୍ଚିଙ୍କୁ ସୋ-କଜ୍ ନୋଟିସ କଲେ ଜିଲ୍ଲା ସଭାପତି

ବିଜେଡି କଳି, ୪ ନେତାଙ୍କୁ ନୋଟିସ୍

ଭୁବନେଶ୍ୱର ବିଜେଡି କଳି ପରେ ବଡ଼ ଆକ୍ସନ। ବିଜେଡି କର୍ପୋରେଟର ଅମରେଶ ଜେନା, ବିରଞ୍ଚି ନାରାୟଣ ମହାସୂପକାରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲେ ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ସୁଶାନ୍ତ ରାଉତ । ବିଜେଡି ନେତା ରାଜେଶ ପାତ୍ର ଓ ବିଜୁ ଛାତ୍ର ଜନତା ଦଳ ନେତା ବିବେକ ସ୍ୱାଇଁଙ୍କୁ ବି ନୋଟିସ ଜାରି ହୋଇଛି । କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆ ନ ଯିବ ତାର ଉତ୍ତର ୧୫ ଦିନ ଭିତରେ ଦେବାକୁ ନୋଟିସରେ ଉଲ୍ଲେଖ ରହିଛି । ଆଜି ପୂର୍ବାହ୍ନରେ ଭୁବନେଶ୍ବର ମହାନଗର ନିଗମର ୨୫ରୁ ୩୦ ବିଜେଡି କର୍ପୋରେଟର, ଅମରେଶ ଜେନା ଓ ବିରଞ୍ଚି ମହାସୁପକାରଙ୍କୁ ବିରୋଧ କରି ବସରେ ପୁରୀ ଲୋକନାଥ ଦର୍ଶନ ପାଇଁ ଯାଇଥିଲେ । ଏହା ପରେ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି । ଏପଟେ ସୋ କଜ୍‌ ନୋଟିସ ପରେ ପ୍ରତିକ୍ରିୟା ରଖିଲେ ଅମରେଶ ଜେନା । ଆମେ କେବେ ଦଳରେ ଫାଟ ସୃଷ୍ଟି କରିନୁ । ଆମେ ଫାଟ ସୃଷ୍ଟି କରିନୁ, ସବୁବେଳେ ଫେଭିକଲ୍‌ ଲଗାଇ ରଖିଛୁ । ଭୁବନେଶ୍ବରରେ ଯାହା କିଛି ଘଟିଛି ସମସ୍ତଙ୍କୁ ଜଣା ଅଛି । ଭୁବନେଶ୍ବରରେ କେହି ଏକା ଠିକା ନେଇନି । ସମସ୍ତଙ୍କ ସହଯୋଗରେ ଦଳ ଏତେ ଉପରକୁ ଉଠିପାରିଛି ବୋଲି କହିଲେ ଅମରେଶ ଜେନା । ତେବେ ଏହି ଘଟଣାକୁ ନେଇ ରାରନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

Leave a Reply

Your email address will not be published. Required fields are marked *